Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajshree Satapathy

Inspirational

4.3  

Rajshree Satapathy

Inspirational

ବୀର ଯବାନ

ବୀର ଯବାନ

1 min
296


ସହଜ ନୁହଁଇ ପରିଜନ ଠାରୁ ଦୂରକୁ ଯିବା,

ନିଜ ସ୍ବାର୍ଥ ଭୁଲି ଦେଶବାସୀ ପାଇଁ ଜୀବନ ଦେବା ।


ଅଭୟ ନିଦ ରେ ଶୋଉଚି ଆଜି ଦେଶ ର ଜନ,

ସୀମାନ୍ତ ରେ ଜଗି ରହିଛି ଆମ ବୀର ଯବାନ ।


ଖରା, ବର୍ଷା, ଶୀତ, କାକର ତିଳେ ନିଘା ନଦେଇ,

କର୍ତ୍ତବ୍ୟ ତା କରିଚାଲିଛି ସେ ଯେ ନିଡର ହୋଇ ।


ଘରଣୀ ର ପ୍ରେମ ଆଦର ଆଉ ସ୍ନେହ ର ଡୋରି,

ବୋଉ ହାତ ଉଷ୍ଣ ପରଶ ମନେ ହେଉଛି ଝୁରି ।


ବୁଢ଼ା ବାପା ର ସେ ସାହାରା ଶେଷ ଜୀବନ କାଳେ,

ଭାବଇ ତା' କୁନି ଛୁଆକୁ କେବେ ଧରିବ କୋଳେ ।


ତ୍ୟାଗ ର ଜ୍ୱଳନ୍ତ ଉଦାହରଣ ପରା ଅଟଇ ସେହି,

ଜନମ ଭୂମି ର ସୁରକ୍ଷା ଲାଗି ଦିଏ ରକତ ବାହି ।


ଦେଶ ର ପ୍ରକୃତ ସେବକ ଆମ ଯବାନ ଭାଇ,

କୋଟି ଜନ ତାଙ୍କୁ ପ୍ରଣାମ କରେ ମଥା ନୁଆଁଇ ।



Rate this content
Log in

Similar oriya poem from Inspirational