ନାରୀ ସଶକ୍ତିକରଣ
ନାରୀ ସଶକ୍ତିକରଣ
ନାରୀ ସଶକ୍ତିକରଣ,
ଶବ୍ଦ ଟି ଶୁୁଣି ମନରେ ଜାତହୁଏ କୌତୁହଳ
ଅଙ୍କାବଙ୍କା କଥା ଗୁଡାଏ ଆସିଯାଏ ମନକୁ
ଦେହ ରେ ଖେଳିଯାଏ ଶିହରଣ ॥୧॥
ଆମ ଭାବନା ପରିସରରେ ,
ନାଚି ଉଠେ ଅନେକ ଖଡ୍ଗ ଖର୍ପରଧାରୀ ଦେବୀଙ୍କ ଚିତ୍ର ମାଳା
ଗୋଟିଏ ପ୍ରଶ୍ନ ମନରେ ଗୁଞ୍ଜରିତ ହୋଇଉଠେ
ଏହା କି ସଶକ୍ତିକରଣ ବାସ୍ତବରେ ॥୨॥
ପୁରାତନ ଯୁଗରୁ ମଧ୍ଯ,
ଦେବୀ ସ୍ଥାନରେ ବସାଇ ଦିଆଯାଇଛି ନାରୀକୁ
କୁସଂସ୍କାର ଓ ଅନ୍ଧ ବିଶ୍ୱାସ ର ଶିକାର ହୋଇ
ଘର କୋଣରେ ରହିବାକୁ ହୋଇଛି ସେ ବାଧ୍ଯ ।॥୩॥
ମାନବ ରୂପରେ ଜନ୍ମ ନେଇଛି,
କିନ୍ତୁ ଦେବୀ ଶବ୍ଦ ର ସାର୍ଥକତା ପ୍ରତିପାଦନ ପାଇଁ
ଛାର ସମାଜ ର କଟାକ୍ଷ୍ୟ ରୁ ବଞ୍ଚିବାକୁ ଯାଇ
ନିଜର ସ୍ୱାତନ୍ତ୍ର୍ଯ କୁ ବଳି ଦେଇଛି॥୪॥
ନାମ ଧାରଣ କରିଛି ଦୁହିତା,
ଦୁଇଟି କୁଳ ର ହିତ ପାଇଁ ସେ ଆଜି ପ୍ରସ୍ତୁତ
ନିଜ ସୁଖ ସ୍ୱପ୍ନ କୁ ନିଜ ହାତରେ ଭାଙ୍ଗିଦେଇ
ମନର କୋହ କୁ ମନରେ ମାରି ଦେଇଛି ସେ,
ମିଛ ସମ୍ପର୍କ ର ବନ୍ଧନକୁ ଡରି
ସେ ଆଜି ଭୁଲିଯାଇଛି ତା' ଜୀବନର ସତ୍ୟତା ।॥୫॥
ସମୟ ବଦଳୁଛି,
ତା' ସହ ତାଳ ଦେଇ ବଦଳୁଛି ସମାଜ
ନାରୀ ର ଉନ୍ନତି ପାଇଁ ସରକାର ନେଉଛନ୍ତି ନୂତନ ପଦକ୍ଷେପ
ଶିକ୍ଷାକ୍ଷେତ୍ର ରେ ଦିଆଯାଉଛି ଅଗ୍ରାଧିକାର
ଅନ୍ଧକାରରେ ପୂର୍ଣ୍ଣ ବନ୍ଦ କାରାଗାର ରୁ
ନାରୀ ଏବେ ମୁକୁଳୁଛି ॥୬॥
ନାରୀ ର ସ୍ୱତନ୍ତ୍ରତା,
ନିଜସ୍ୱ ମନ୍ତବ୍ୟ ବ୍ୟକ୍ତ କରିବାର ଅନୁମତି ସଙ୍ଗେ
ନିଜ ଇଚ୍ଛା ରେ ଜୀବନ ବଞ୍ଚିବାର ସ୍ଵାଧୀନତା
ଏହା ହିଁ ଅଟେ ନାରୀ ସଶକ୍ତିକରଣ ର ବାସ୍ତବତା ॥୭॥