ମାଆ ସିଏ
ମାଆ ସିଏ


ମାଆ ସିଏ
ପିଲାଙ୍କୁ ଆବୋରି ନିଏ କୋଳକୁ
ଯେଉଁଠି ସ୍ୱର୍ଗ ମିଳିଯାଏ ।
ଟିକିଏ ଆହାଃ ର ଆଲ୍ଲାଦରେ
ଲୁହ ପୋଛି ଦିଏ,
ଯା ପାଇଁ ଜୀବନ ସାର୍ଥକ ହୁଏ
ମାଆ ସିଏ ।
ଯିଏ ଜଣାଇଥାଏ
ଅନ୍ୟକୁ ଚିହ୍ନିବାର କଳା,
ନିଜର ଅତୁଟ ବିଶ୍ୱାସ ଅକାତ ମମତାର ସଂସର୍ଗରେ...
ଅପସରିଯାଏ ଅଚିହ୍ନାପଣର ପରଳ
ରଚି ହୁଏ ତା ପାଇଁ ନିଜ ପରିଚୟ
ମାଆ ସିଏ ।
ଭଙ୍ଗା ଗଢ଼ା ସଂସାର ଖେଳ ଭିତରେ
ସିଏ ତ ଚିହ୍ନାଇ ଥାଏ ବିଶ୍ୱବ୍ରହ୍ମାଣ୍ଡକୁ
ଜୀବନ ର ପ୍ରତିଟି ସୁସମ୍ପର୍କ କୁ
ଅନ୍ତରଙ୍ଗ ଭାବେ ଜୀଇଁବାକୁ,
ମାଆ ସିଏ ।
ମାଆ ସିଏ ଯିଏ ହାତଧ
ରି ଶିଖାଇ ଥାଏ,
ଖାଲି ସିଲଟ ଉପରେ
କିପରି ଆଙ୍କିବାକୁ ହୁଏ
ଜୀବନ ର ଚିତ୍ର
ମାଆ ସିଏ
ମାଆ ପ୍ରସବଯନ୍ତ୍ରଣା ର
ବେଦନାକ୍ତ ଚିତ୍କାର କୁ
କେବେ କେଉଁ ପିଲା କଣ ମନେ ରଖିପାରେ?
ନା, କେବଳ ବୋଝ ଉପରେ ନଳିତାବିଡା
କାହାକୁ କହିବ ଅବା !
ସେ ପରା ଜବକାଚ ଟିଏ
ସବୁବେଳେ ଦିକ ଦିକ ଜଳୁଥିବ
ପିଲାଙ୍କ ମଙ୍ଗଳ ଚିନ୍ତାରେ
ହାତ ଯୋଡୁଥିବ ଦଶଦିଗ ପାଳଙ୍କୁ
ମାଆ ସିଏ ।
କେବେ ହେଲେ ଚିନ୍ତ ନି
ମାଆ ର ମନକୁ ବିଷାଦିତ କରିବାର
ମାଆ ତ କ୍ଷମାମୟୀ ।
ଯା ପାଦତଳେ କୋଟି ଜନ୍ମର
ପାପ କ୍ଷୟ ହୁଏ
ମୋ ମାଆ ସିଏ ।