STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ବନ୍ଧୁ ମହାନ୍ତି

ବନ୍ଧୁ ମହାନ୍ତି

1 min
23


ଯାଜପୁର ବନ୍ଧୁ ସିଏ ବନ୍ଧୁ ମହାନ୍ତି

 ଯିଏ ବନ୍ଧୁ ଜଗାର

ଏମିତି ଭାବ ରେ ବାନ୍ଧିଲା ପ୍ରଭୁଙ୍କୁ

 କଥା ଯୁଗ ଯୁଗ ର।

ଅଭାବ ରେ ପଡ଼ି ମହାନ୍ତି ସଂସାର ରଥ

  ବାହି ପାରିଲା ନାହିଁ

ପିଲାମାନଙ୍କ ର କଷଣ ହୃଦେ

 ଶୂଳ ପରି ବାଧଇ।

ପତ୍ନୀ ପୁତ୍ର ସଙ୍ଗେ କ୍ଷେତ୍ର ବନ୍ଧୁଙ୍କୁ

 ଥରେ ଭେଟିବା ପାଇଁ

ପଥେ ଯେତେ ଯେତେ କଷଣ ସହି

 ଆସେ ଶ୍ରୀ କ୍ଷେତ୍ରେ ଧାଇଁ।

ରଜନୀ ରେ ଭୋକେ ପେଜ କୁ

 ପେଜ ନଳା ରୁ ପିଇ

ପଥ କଷ୍ଟ ହେତୁ ସେହି ସ୍ଥାନ ରେ

 ଶ୍ରମେ ପଡିଲେ ଶୋଇ।

ବନ୍ଧୁ ର କଷ୍ଟ କୁ ଜାଣି ସେ ପାରିଲେ

  ଜଗବନ୍ଧୁ ଗୋସାଇଁ

ରତନ ଥାଳିରେ ଶ୍ରୀ ମହାପ୍ରସାଦ

 ସ୍ଵୟଂ ଆସିଲେ ନେଇ।

ଡାକିଲେ ବନ୍ଧୁ ହେ ଉଠ ଉଠ ଚଞ୍ଚଳ

 ଖାଇନିଅ ଏହି ଅନ୍ନ କୁ

ଆଉ ନ କରି ବିଳମ୍ବ ସଅଳ ଖାଅ

  ଭୁଲି ସବୁ ଦୁଃଖ କୁ।

ନିଦ ରୁ ଉଠିଣ ମହାନ୍ତି ପିଲାଙ୍କୁ

  ଡାକି ସବୁ କହିଲା

ଆନନ୍ଦେ ଭୋଜନ ସାରିଲେ ପିଲେ

  କେତେ ଆନନ୍ଦ ଭଲା।

ଭୋଜନ ସରିଲା ଦେଖିଲେ ପାଶେ

  ନାହାନ୍ତି କେଉଁଠି କେହି

ମୁଣ୍ଡ ତଳେ ରଖି ସୁନା ଥାଳି କୁ ବନ୍ଧୁ

 ତହିଁ ପଡ଼ିଲେ ଶୋଇ।

ସୁନା ଥାଳି ଖୋଜା ପଡ଼ିଲା ଯେବେ

  ଦୂତେ ଆସି ଦେଖିଲେ 

ବନ୍ଧୁ ମହାନ୍ତି କୁ ଧରିଲେ ଜାବୁଡ଼ି

 ଚୋର ବୋଲି ଭାବିଲେ।

ବନ୍ଦୀ ଘରେ ନେଇ ରଖିଲେ ତାହାଙ୍କୁ

 କେତେ ମାଡ଼ ମାରିଲେ

ବନ୍ଧୁ ପାଇଁ ବନ୍ଧୁ ମହାନ୍ତି କେତେ ଯେ

  ଅପମାନ ସହିଲେ। 

ଭାବେ ବନ୍ଧା ଭାବଗ୍ରାହୀ ଯେ ଜାଣି

  ଭକତ ଭାବ ଜାଣିଲେ

ବନ୍ଧୁ ତାଙ୍କ ଦୋଷୀ ନୁହନ୍ତି ସ୍ବପ୍ନ ରେ

 ସବୁ ଜଣାଇ ଦେଲେ।

ବନ୍ଧୁ ଙ୍କ ଦୁଃଖରେ ଦୁଃଖୀ ଯିଏ ପରା

 ବନ୍ଧୁ ସିଏ ଦୁଃଖୀ ର

କେମିତି ସହିବେ ବନ୍ଧୁର ଦୁଃଖ କୁ

 ସେ ତ ବନ୍ଧୁ ଦୁଃଖିର।

ବନ୍ଧୁର ସମ୍ମାନ ରଖିଲେ ଠାକୁର

  କାଳ କାଳ କୁ କଥା

ବନ୍ଧୁ ପାଇଁ ବନ୍ଧୁ ମହାନ୍ତି ର ଚିନ୍ତା

  ଜାଣ ସତ୍ୟ ଏ ଗାଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational