ପରିବର୍ତ୍ତନ
ପରିବର୍ତ୍ତନ
ଦୁନିଆ ରେ ଏଠି ସବୁ ହୁଏ ପରିବର୍ତ୍ତନ
ବର୍ଷ ମାସ ଋତୁ ସବୁ ହୁଏ ଦିନେ ପରିବର୍ତ୍ତନ
କିଛି ନୁହେଁ ସତ ଦିନେ ନଷ୍ଟ ହୋଇ ଯିବ
ଧନ ଯୌବନ ଏଠି ଦିନେ ସବୁ ଲୋପ ପାଇବ
ଶରୀର ଦେଖ ହେଉ ଅଛି ତୁମ ପରିବର୍ତ୍ତନ
ବାଲ୍ୟ କାଳ ଗଲା ଯୁବା ବୟସ ବିତିଲା ବର୍ଦ୍ଧକ୍ୟ ହେଲା ଜାଣ
ମଣିଷ ବି ହୁଏ ଏଠି କେତେ ପରିବର୍ତ୍ତନ
କାଲି ଥିଲା ଯିଏ ରାଜା ହେଲା ଆଜି ରଙ୍କ ବିତିଲା ଦିନ
ସୁସ୍ଥ ଦେହ ହୁଏ ରୋଗୀଣା ସବୁ ଥାଇ ହୁଏ ପରିବର୍ତ୍ତନ
ଦୁଃଖ କଷ୍ଟ ରେ ବେଳ ସରି ଯାଏ ରୁଚେ ନାହିଁ ଭୋଜନ
ନିଜେ ନିଜକୁ ଆସ ଭାଇ କରି ଦେବା ପରିବର୍ତ୍ତନ
କାମ କ୍ରୋଧ ରାଗ ଦ୍ଵେଷ କୁ ଛାଡିବା ବଦଳାଇ ଦେବା ମନ ।
