STORYMIRROR

Nibedita Panda

Inspirational

3  

Nibedita Panda

Inspirational

ଶହିଦର ସ୍ତ୍ରୀ ବିଧବା ନୁହଁ

ଶହିଦର ସ୍ତ୍ରୀ ବିଧବା ନୁହଁ

1 min
19


ବିଧବା ନୁହେଁ ସେ ବରଂ ବୀରବଧୂ 

    ସହିଦର ପତ୍ନୀ ହୋଇ,

ପରୋକ୍ଷ ଭାବରେ ମାଟି ମାଆ ରକ୍ଷା

    କରିଛି ହୃଦୟ ଦେଇ।


ରକ୍ତ ବିନ୍ଦୁ ତାର କହିଛି କାନରେ

     ପରିଚୟ ହିନ୍ଦୁସ୍ଥାନୀ,

ସ୍ବାମୀ ବିରହରେ କାଟିଛି ସେ ଦିନ

    ହୋଇ ବୀର ଅର୍ଦ୍ଧାଙ୍ଗିନୀ।


ସ୍ବାମୀଙ୍କ ମଥାରେ ବୀରତ୍ୱର ଟୀକା

    ପିନ୍ଧାଇ ଦେଇଛି ନିଜେ,

ବୀରଦର୍ପେ ସ୍ୱାମୀ ରଣ କ୍ଷେତ୍ରେ ଯାଇ

    ଶତ୍ରୁ ପକ୍ଷ ସହ ଯୁଝେ।


କେବେ ସେ ହସିଛି ସ୍ବାମୀ ବିଜୟରେ

    ବୀର ରମଣୀ ଭାବରେ,

କେବେ ତ୍ରିରଙ୍ଗାରେ ସ୍ବାମୀ ଶବ ଦେଖି

     ଚାହିଁଛି ସେ ନିର୍ବାକ୍ୟରେ।


ଦୁଃଖ ଜର୍ଜରିତ ରହି ସମ୍ଭାଳିଛି

    ପିତୃହରା ସନ୍ତାନକୁ,

ତଥାପି ଗର୍ବରେ ସଲାମ ଜଣାଏ

    ସ୍ବାମୀ ଶହିଦ ପଣକୁ।


ତ୍ୟାଗମୟ ତାର ଜୀବନ କାହାଣୀ

    ଦୁଃଖ ଯନ୍ତ୍ରଣାରେ ଭରା,

ଅକୁହା ବେଦନା ଅନ୍ତରରେ ରଖି

    ରହେ ହୋଇ ବେସାହାରା।


ଜୀବନ ଯୁଦ୍ଧରେ ହାରିବି ଜିତିଛି

   ତ୍ୟାଗିଛି ଜୀବନେ ମୋହ,

ଦେଶ ଜାତି ପାଇଁ ଲକ୍ଷ୍ମୀ ବାଈ ଠାରୁ

    କେଉଁ ଗୁଣେ କମ୍ ନୁହଁ।


ମଥାର ସିନ୍ଦୂର ଧୋଇ ଗଲେ ମଧ୍ୟ

    ବୀରବଧୂ ପରିଚୟେ ,

ବାକି ଜୀବନକୁ ସେହି ପରି କାଟେ

    ବିଧବା ଜମା ସେ ନୁହେଁ।


ସ୍ବାମୀ ଯା' ଅମର ଚିରକାଳ ପାଇଁ

    ସିଏ ବିଧବା କେମିତି?

ହାରିଅଛି ମୃତ୍ୟୁ ସହିଦ ପାଖରେ

    ସୂଚାଏ ତା' ଉପସ୍ଥିତି।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational