STORYMIRROR

Nibedita Panda

Inspirational

4  

Nibedita Panda

Inspirational

ସଂସାର ନାବରେ ପୁରୁଷ ନାଉରୀ

ସଂସାର ନାବରେ ପୁରୁଷ ନାଉରୀ

1 min
58


ସଂସାର ନାବରେ ପୁରୁଷ ନାଉରୀ

   ବାହି ଚାଲଛି ସଂସାର ନାବ,

ଦାୟିତ୍ଵଟି ନ୍ୟସ୍ତ ତେଣୁ ରହେ ବ୍ୟସ୍ତ 

   ସଂସାର ପାଇଁ ଦରଦ ଭାବ।


ସଂସାର ବୋଝକୁ ବୋହି ଥକିଯାଏ

       ଚିନ୍ତାରେ ଘୁରଇ ତାର ମଥା,

ତାର ତ୍ୟାଗ କଥା ନଜର ଆସେନା

     ଅପ୍ରକାଶ୍ୟ ତା' ମନରକଥା।   


ବାପା-ମାଆ ଚିନ୍ତା,ପରିବାର କଥା

    ସବୁ ପରେ ଧ୍ୟାନ ଦେଇଥାଏ,

ଭାଇ ଭଉଣୀର ଦାବି ଶୁଣି ଶୁଣି

    ନିଜକଥା ନିଜେ ଭୁଲିଯାଏ। 


ସଂସାର ଜୀବନ ସଜାଡୁ ସଜାଡୁ

    ନିଜେ ଅସଜଡା ହେଇ ରହେ,

ସଂସାର ଜଞ୍ଜାଳେ ପେଶି ହୋଇଯାଏ

      ଲୁହ ଲହୁ ସବୁ ପିଇ ଥାଏ।


ମାଆ ଭାବେ ପୁଅ ବଦଳି ଗଲାଣି 

     ସ୍ତ୍ରୀ ଭାବେ ମାଆ କଥା ଶୁଣୁଛି,

ପିଲାଙ୍କ ଅଝଟ, ସମ୍ଭାଳିବା କଷ୍ଟ  

      ପରିସ୍ଥିତି ତା'କିଏ ବୁଝୁଛି?


ହଳେ ପୋଷାକରେ ବର୍ଷେ କଟିଯାଏ

    ଜୋତାକୁ କରେ ସାତ ସିଲେଇ ,

ନିଜ କଥାର ଧ୍ୟାନ ରଖେ ନାହିଁ

     ସଂସାର କଥା ସଦା ଭାବଇ।


ସବୁ ଦେଇ ସାରି କିଛି ପାଏ ନାହିଁ

   ମା' ଦିଏ କୁଳାଙ୍ଗାର ଉପାଧି ,

ପତ୍ନୀ ତାର କୁହେ ମାଆ ବୋଲକରା

   ହୋଇ ରହିଛ ଆଜି ଅବଧି।


ମନିପର୍ଶେ ତାର କିଛି ରଖେ ନାହିଁ

    ଦେଇ ଦିଏ ନିଜ ରୋଜଗାର,

କିଛି ନ କରିବା ଅପମାନ ସହେ

   ତା'ଆତ୍ମୀୟ ଲୋକ ମାନଙ୍କର ।


ଏତେଟା ସାହାସ କୋଉଠୁ ପାଏ ସେ,

    ଦୁନିଆ ବୋଝ ଚାଲେ ଉଠାଇ, 

କାନ୍ଦିବା ଯେମିତି ମନାଥାଏ ତାକୁ

    ମୁହଁରେ ଦିଶେ ନିରାଶା ଛାଇ।


ଭିନ୍ନ ଉପାଦାନେ ଗଢ଼ିଛି ବିଧାତା

     ପୁରୁଷ ଲୋକ ଜୀବନ ସତେ!

କହି ପାରେ ନାହିଁ, ସବୁ ଯାଏ ସହି

      ଅଭାବପଣକୁ ଅଯାଚିତେ।


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational