STORYMIRROR

Nibedita Panda

Inspirational

4  

Nibedita Panda

Inspirational

ଶଠେ ଶାଠ୍ୟମ୍ ସମାଚରେତ୍

ଶଠେ ଶାଠ୍ୟମ୍ ସମାଚରେତ୍

1 min
15

ଦୟା,କ୍ଷମା ହୀନ ପାଶବିକ ଜନ

       ଶଠଜନ ପଦବାଚ୍ୟ,

ତ୍ୟାଗ ତା'ର ନ୍ୟୁନ ଭୋଗ ହିଁ ମହାନ

       ବ୍ୟକ୍ତିଗତ ସ୍ବାର୍ଥ ମୁଖ୍ୟ।


ପାଠ ଠାରୁ ଶାଠ ପ୍ରଭାବ ବିସ୍ତାରରେ

       ବାରବାଟି ଚାଷ ତାର,

କଥା ବିକି ଚଳେ ବାହାସ୍ପୋଟ ମାରି

      ଶଠତା ପଣରେ ତାର।


ସ୍ନେହ, ଶ୍ରଦ୍ଧା,ପ୍ରେମ ଗୁଣ ଯେ ଉତ୍ତମ

        ତାହା ପାଖେ ମିଳେ ନାହିଁ,

ଅହଂଙ୍କାର ବଶେ ପ୍ରଲୋଭନ ଆଶେ

          ମହତ୍ତ୍ଵ ଦିଏ ହରାଇ।


ଧନସମ୍ପତ୍ତି ବା ଚାକିରୀ ବୃତ୍ତିରେ

            ସୁଖ ଚିରନ୍ତନ ନୁହେଁ ,

ମାନଦଣ୍ଡ ତା'ର ମାପି ହୁଏ ନାହିଁ

          କ୍ଷଣିକେ ଅଦୃଶ୍ୟ ହୁଏ।


ମାନସିକତାରେ ଶାନ୍ତି ଯେବେ ଆସେ

             ଶାନ୍ତିରୁ ନିର୍ଗତ ସୁଖ,

ଶଠ ମାନଙ୍କର ସହିତରେ ବାସ

          ଡାକି ଆଣେ ସର୍ବନାଶ।


ଭାଗ୍ୟଫଳ ଅବା କର୍ମଫଳ ନେଇ

              ନଥାଏ ସୁଖର ଗତି ,

ମଣିଷକୁ ଦେଇ ମଣିଷ ବେଭାର

           ସୁଖ ହୋଇଥାଏ ପ୍ରାପ୍ତି।


ମଣିଷପଣିଆ ଅଭାବେ ମଣିଷ

              ହୀନମନ୍ୟ ଅବିବେକୀ ,

କ୍ଷଣିକ ସୁଖରେ ଅନ୍ଧ ହୋଇଥାଏ

              ଲଭେ ମୁଠାଏ ଦୁର୍ଗତି ।


ଆତ୍ମୀୟଲୋକଙ୍କ ଅମଙ୍ଗଳ କରେ

                 ନିଜର ସ୍ୱାର୍ଥକୁ ଚାହିଁ ,

କିଏ ତା' ନିଜର କିଏ ଅବା ପର

                 କିଛି ତାକୁ ଦିଶେନାହିଁ ।


ଦାନାକନା ,ଖାଦ୍ୟ ଅବା ବାସଗୃହ

                 ପ୍ରମୁଖ ଆବଶ୍ୟକତା ,

ବଞ୍ଚିରହିବାକୁ ତା' ଠାରୁ ଜରୁରୀ

                ଅମୂଲ୍ୟ ମାନବିକତା ।


ବିବେକହୀନର ଅବିବେକୀପଣ

               ଦୁଃଖର ମୂଳ କାରଣ ,

ସୁଖ ହୋଇଯାଏ ଅଢେ଼ଇ ଦିନିଆ

               ଦୁଃଖ ଆସେ ଅକାରଣ ।


ଜୀବନଯାତ୍ରାର କଙ୍କର ପଥରେ

             ଯଦି ମିଳଯାନ୍ତି ଶଠ,

ସୁଖ, ଶାନ୍ତି ସବୁ ଯାଏ ଅପସରି

          ଦିଶେ ନାହିଁ ବୁଦ୍ଧି ବାଟ।


ଶିକ୍ଷା ଓ ସଂସ୍କାର ଉଭୟେ ଅଲଗା

          ଗ୍ରନ୍ଥ ଗର୍ଭେ ଶିକ୍ଷା ଲିପିବଦ୍ଧ ,

ଶଠ ମାନଙ୍କର କବଳରୁ ମୁକ୍ତି

           ପାଇଁ ଅଭିଜ୍ଞତା ବିଧିବଦ୍ଧ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational