STORYMIRROR

Nibedita Panda

Inspirational

4  

Nibedita Panda

Inspirational

ତୁମକୁ ପାଇଁ ମୁଁ ପାଇଛି ସବୁ

ତୁମକୁ ପାଇଁ ମୁଁ ପାଇଛି ସବୁ

1 min
33


ନିବିଡ ସମ୍ପର୍କ ସ୍ୱର୍ଗୀୟ ମହାର୍ଘ୍ୟ

   ବଳିଷ୍ଠ ତା' ଅନ୍ତଃସ୍ବର ,

ସୁଦୃଢତା ଆଉ ବଦାନ୍ୟତା ପଣେ

    ରହିଥାଏ ନିରନ୍ତର।


ତୁମକୁ ପାଇ ମୁଁ ସବୁ ପାଇଅଛି

    ସବୁ ଇଚ୍ଛା ପ୍ରଭୁଙ୍କର।

ସମ୍ପର୍କ ଆମର ରହିଛି ଅତୁଟ

    ରହିଛି ଚିର ସୁନ୍ଦର।


ଆମ ସମ୍ପର୍କ ତ ଇର୍ଷା ବିରହିତ

    ପତିତ୍ର ଆଉ ଶାଶ୍ବତ,

ନଦେଖି ନଜାଣି ଗ୍ରହଣ କରିଛ 

    ନିଜକୁ କରି ପ୍ରସ୍ତୁତ।


ଅନୁଭବିଛି ମୁଁ ମୋ ମନ ଦୁଃଖରେ

   ତୁମର ହୃଦୟ କାନ୍ଦେ,

ନୟନରେ ସିନା ଲୁହ ଦିଶେ ନାହିଁ

   ନୀରବି ଯାଅ ଦରଦେ।


ତୁମ ହୃଦୟ ତ ନେବାକୁ ଶିଖିନି

    ଦେବାରେ ପାଇଛ ଶାନ୍ତି,

ଅଭିମାନ ଆଉ ସ୍ବାଭିମାନ ସ‌ହ

    ଝରିବାରେ ଆତ୍ମତୃପ୍ତି।


ଅଥୟ ହେଲେ ବି ନୁହଁ ଅନ୍ତର୍ଘାତୀ

    ମଧୁବୋଳା ସେ ହୃଦୟ ,

ରଙ୍ଗଶାଳା ନୁହେଁ ବରଂ ରଙ୍ଗଭୂମି

    କରିବାକୁ ଅଭିନୟ।


କେତେ ବଡ଼ ଭାଗ୍ୟ ଥିଲା ଯେ ମୋହର

   ମନ ଜାଣି ଫଳ ମିଳିଲା,

ତୁମକୁ ପାଇ ମୁଁ ପାଇଗଲି ସବୁ

    ଜୀବନ ସାର୍ଥକ ହେଲା।


ପ୍ରେମ ଉପହାର ଦୁଇ ଝିଅଙ୍କୁ ତ

   ଗଢିଲ ଯତନ କରି,

ମନକଥା ବୁଝି କରିଅଛ ସବୁ

   ଦେବଦୂତଙ୍କର ପରି।


ସଂସାର ସାଗରେ କାତ ଅଟ ତୁମେ

    ମୁଁ ତାହାର କର୍ଣ୍ଣଧାର ,

ଯେମିତି ବାହିବ ସେମିତି ଚାଲିବ

   ନାଆ' ଅଟଇ ସଂସାର।


ତାରୁଣ୍ୟେ ଦାମ୍ପତ୍ୟ ପ୍ରେମ, ପ୍ରୀତି ଭରା

     ବାର୍ଦ୍ଧକ୍ୟରେ ସହାୟତା 

ବିବାହ ବନ୍ଧନ ସଦା ଅମଳିନ 

    ମନେ ଆଣେ ପବିତ୍ରତା।


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational