STORYMIRROR

Nibedita Panda

Inspirational

4  

Nibedita Panda

Inspirational

"ଯାହା ତ କରିବେ ସାଇଁ ତାହା କା' ହାତରେ ନାହିଁ "

"ଯାହା ତ କରିବେ ସାଇଁ ତାହା କା' ହାତରେ ନାହିଁ "

1 min
12

ମଣିଷ ଜୀବନ ରଙ୍ଗମଞ୍ଚ ହେଲେ

       ପ୍ରଭୁ ତାର ନିର୍ଦ୍ଦେଶକ,

କେବେ ଆଙ୍କି ଥାନ୍ତି ଖୁସିର ଦୃଶ୍ୟ ତ

       ଦିଅନ୍ତି ଦୁଃଖ ଅନେକ।

ଅଭିନେତା ରୂପେ ସଜେଇ ଆମକୁ

        ନଚାଉ ଥାନ୍ତି ଇଚ୍ଛାରେ,

ତାଙ୍କ ଇଚ୍ଛା ବିନା ପତ୍ର ହଲେ ନାହିଁ

       କିଛି ନାହିଁ କା' ହାତରେ।

ତାଙ୍କରି ଇଚ୍ଛାରେ ମଙ୍ଗଳ ନିହିତ

       ସର୍ବଦା ସବୁ ସମୟେ ,

ମଙ୍ଗଳ ଇଚ୍ଛାକୁ ସମ୍ମାନ ଜଣାଇ

       ମାନିଥାଉ ତ ହୃଦୟେ।

କାହାକୁ ଦିଅନ୍ତି ସୁରମ୍ୟ ପ୍ରାସାଦ

    କାହାର ନାହିଁ କୁଡିଆ,

ଖାଇ ଖାଇ କିଏ ଖାଦ୍ୟ ଫିଙ୍ଗୁଥାଏ

      ରହେ କିଏ ଉପାସିଆ।

ଆଜି ଯିଏ ଧନୀ କାଲିକି ଭିକାରୀ

   ସମ୍ଭବ ହୁଅଇ ତାଙ୍କ ଇଚ୍ଛାରେ,

ସବୁ ଅସମ୍ଭବ ହୁଅଇ ସମ୍ଭବ

    ତାଙ୍କ ଇଚ୍ଛା ଇଙ୍ଗିତରେ।

ତାଙ୍କ ନିର୍ଦ୍ଦେଶରେ ଦୁନିଆ ମଞ୍ଚରେ

        ସୁରଭି ମହକିଯାଏ,

ଖରାପ ସମୟ ଝଢ ରୂପେ ଆସି

         ସଂସାର ଉଜାଡି ଦିଏ।

ଜୀବନ ନାଟକେ ଅଭିନୟ କରି

     ତାଙ୍କ ଇଛା ମାନେ ନର,

ଦୁଃଖର ପାହାଡ଼ ଅଜାଡ଼ି ଦେଲେ ବି

     ଥାଏ ଭରସା ତାହାର।

ନିୟତି ରୂପରେ ଶାସନ ଖସଡ଼ା

     ରଖନ୍ତି ସଭିଙ୍କ ପାଇଁ,

ସେହି ନିୟମକୁ ବଦଳେଇ ଥାନ୍ତି

    ବିରୋଧ ଆଭାସ ଦେଇ।

ନୀତି ପ୍ରଣୟନ ତାଙ୍କ କାମ ହେଲେ

     ମାନିବା ଆମ କର୍ତ୍ତବ୍ୟ,

ଅଜଣା ଭାବରେ ବିଚିତ୍ର ଢଙ୍ଗରେ

     ଲେଖି ଥାଅ ଭବିତବ୍ୟ।

ଜନ୍ମ ଜାତକରେ ଯାହା ଲେଖିଛନ୍ତି

      ଲିଭିବା ସମ୍ଭବ ନୁହେଁ,

ସ୍ଥିରିକୃତ ଯାହା ଅବଶ୍ୟ ହୁଅଇ

     ସେକଥା ଅନ୍ୟଥା ନୁହେଁ।

ତାଙ୍କ ହାତେ ଜନ୍ମ, ତାଙ୍କ ହାତେ ମୃତ୍ୟୁ,

          କୀଟରୁ ମାନବ ଯାଏ,

ସଚରାଚରରେ ଜନମ, ମରଣ

          ତାଙ୍କରି ଇଚ୍ଛାରେ ହୁଏ।

ସଦ୍ବୁଦ୍ଧି ତାଙ୍କର କୁବୁଦ୍ଧି ତାଙ୍କର

       ମନରେ ତ ଭରିଥାନ୍ତି,

କାହାକୁ କେମିତି ଭଲ କିମ୍ବା ମନ୍ଦ

      ସାଧୁ ,ଖଣ୍ଟରେ ସଜାନ୍ତି

ଗୁରୁ ନିର୍ଦ୍ଦେଶକ ରୂପରେ ଅଛନ୍ତି

     ଯୁଗ ଯୁଗରୁ ପୂଜିତ,

ଭକ୍ତି ବାଢୁଅଛି ପାଦ ତଳେ ତାଙ୍କ

     କରୁଅଛି ପ୍ରଣିପାତ।

   

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational