ଦାରୁବ୍ରହ୍ମ ଚାଳିଶା ଭାଗ - ପ୍ରଥମ
ଦାରୁବ୍ରହ୍ମ ଚାଳିଶା ଭାଗ - ପ୍ରଥମ
ଅକାଳଜ ଅଜ ଦମକେ ଦାରୁ
ଅପୂର୍ବ ତୋରଣ ସାଗର ଉରୁ
ଅନାଦି ଅନନ୍ତ ଅବ୍ୟକ୍ତ ଲୀଳା
ଅତର୍କିତ ସ୍ୱପ୍ନେ ତମସ ତୋରା ସେ
ଅବଗତ ଇନ୍ଦ୍ରଦ୍ୟୁମ୍ନ ଯେ
ଅଥଳ ସାଗରୁ ଦାରୁ ଦିଶେ ଚାରୁ
ଅବତୀର୍ଣ୍ଣ ପରଂବ୍ରହ୍ମ ଯେ ।।
ଆ କାର ଇ କାର ଉ କାର ନେଇ
ଅସ୍ଥାନେ ଓ କାର ଔ ଥୋଇ
ଆଭରଣ ବର୍ଣ୍ଣ ମାଳା ମିଶ୍ରଣ
ଆବିର୍ଭାବ ହୁଏ ଓଁ କାର ନାମ ସେ
ଆକ୍ଷରିକ ପରଂବ୍ରହ୍ମ ଯେ
ଆପାତ ବିତ୍ପାତ ଉପଗତେ ରତ
ଆପ୍ତ ବ୍ୟାପ୍ତ ସନାତନ ଯେ ।।
ଇଛାମୟ ଇଚ୍ଛା ଇଛୁକ ତୁମେ
ଇଛବତୀ ଇଛୁ ଗୁଣିକ ଗଣେ
ଇଙ୍ଗିତ ବିନା ଯା ଝଡେନା ପତ୍ର
ଇନ୍ଦ୍ରିୟ ଗୋଚରେ ଜୀବ ଜଗତ ସେ
ଈକ୍ଷଣେ ହଟେ ତମସ ଯେ
ଇତର କଳ୍ମସ କ୍ଷଣେ ହୁଏ ନାଶ
ଈଶ ପ୍ରେମେ ଯିଏ ବଶ ଯେ ।।
ଉଦଧି ଉତ୍ସଙ୍ଗେ ଜଗତ ତାତ
ଊର୍ଜିତ ଊର୍ମିଳା ପୁଲିନ ପୂତ
ଉଆସେ ଉଦ୍ଭବ ସେ ଇନ୍ଦ୍ରଦ୍ୟୁମ୍ନ
ଉଲ୍ଲାସ ଉତ୍ସୁକେ ମଗଜ ମଗ୍ନ ସେ
ଉପସ୍ଥିତ ରାଜଗଣ ଯେ
ଉତ୍ସର୍ଗି ନୈବେଦ୍ୟ ଉଚ୍ଚାରଣେ ବେଦ
ଉଦ୍ଧାରିଲେ ଭକ୍ତ ଗଣ ଯେ ।।
