ଅବନା ଜଣାଣ
ଅବନା ଜଣାଣ
ବରଜ ନବର ଧବ ନନ୍ଦନ,
ତବ ଚରଣ କରଇ ବନ୍ଦନ।୧।
ବନଜ ବଦନ କର ମଙ୍ଗଳ,
ବନଦ ବଦନ କର ସଫଳ।୨।
ନବ ନଟବର ନନ୍ଦନନ୍ଦନ,
ନବଜଳଦ ତବ ଅପଘନ।୩।
ମଙ୍ଗଳମୟ ଅମଙ୍ଗଳ ହର
କର ସଫଳ ନର ଜନମର।୪।
ଭକତ ବଚ୍ଛଳ ଅଭୟ ପଦ
ଝରଇ ମକରନ୍ଦ ଗଦ ଗଦ।୫।
ରଙ୍କର ରତନ ଭକତ ଧନ,
ସକଳ ଘଟର ଅଟ ରମଣ।୬।
ମନନ କର ଚରଣ କମଳ,
କର ହରଣ ସଙ୍କଟ ସକଳ।୭।
ନବ ଅମଳ କମଳ ଚରଣ,
ଭବ କଳମଷ କର ହରଣ।୮।
ଗରବ ଗଞ୍ଜନ ଭୟ ଭଞ୍ଜନ,
ଭକତ ଜନଙ୍କ ମନ ରଞ୍ଜନ।୯।
ସଦନ କଳପବଟ ତଟର
ତବ ଦରଶନ ସଙ୍କଟ ହର।୧୦।
ଭବ ଭୟ ହର ବରଦହସ୍ତ,
ହର ଜଗତର ଭୟ ସମସ୍ତ।୧୧।
ମହାଦେଈପୁର,ଗୁରଣ୍ଡି,ଗଜପତି।