ବିଶ୍ବ ସାଇକେଲ ଦିବସ ଘନଶ୍ୟାମ ଜେନା
ବିଶ୍ବ ସାଇକେଲ ଦିବସ ଘନଶ୍ୟାମ ଜେନା
ବିଶ୍ବ ସାଇକେଲ ଦିବସରେ ସ୍ୱାସ୍ଥ୍ୟ ସଚେତନତା କବି କୁସୁମ ଗୌରବ ଘନଶ୍ୟାମ ଜେନା ବିଶ୍ଵ ସାଇକେଲ ଦିବସ ଅଟଇ,ଜୁନ ତିନି ର ଦିନ ଉତ୍ତମ ସ୍ବାସ୍ଥ୍ୟର ସାଥୀ ସାଇକେଲ ଚାଳନାରେ ଦିଅ ମନ।୧। ବ୍ୟାୟାମ ମଧ୍ୟରେ ତାହାରି ଚାଳନା ଅଟଇ ଅତି ଉତ୍ତମ ଏକା ସଙ୍ଗେ ସବୁ,ଅଙ୍ଗ ପ୍ରତ୍ୟଙ୍ଗର ଚାଳନା ହୁଏ ସୁଗମ।୨। ପ୍ରତ୍ୟକ୍ଷରେ ହୁଏ ପଇସା ସଞ୍ଚୟ,ଉତ୍ତମ ଶରୀର ପାଇଁ ପରିବେଶ ରକ୍ଷା ଶରୀର ସୁରକ୍ଷା,ନିଅ ସର୍ବେ ଆପଣେଇ।୩। ବିକଶିତ ଦେଶ ସର୍ବସାଧାରଣ, ରଖନ୍ତି ତା'ରେ ସଉକ ସ୍ବାସ୍ଥ୍ୟରକ୍ଷାର ତା' ଉତ୍ତମ ଔଷଧି ଆଦରି ନିଅନ୍ତି ଲୋକ।୪। କ୍ରମେ ବିଶ୍ଵବାସୀ ଆପଣେଇଲେଣି, ସାଇକେଲ ଚାଳନାକୁ ଗାଡ଼ି ମୋଟର ବରଜି ବହୁଜନ, ଆଦର କରନ୍ତି ତାକୁ।୫। ସାରା ଜଗତରେ ଏକମାତ୍ର ଦେଶ,ଅଟଇ ନେଦରଲ୍ୟାଣ୍ଡ ଦେଶବାସୀଙ୍କର ସାଇକେଲ ଚଢ଼ା ଅଟଇ ଅତି ପସନ୍ଦ।୬। ସେ ପ୍ରଧାନମନ୍ତ୍ରୀ ସାଇକଲ ଯୋଗେ ଯାଇଥାନ୍ତି କାର୍ଯ୍ୟାଳୟ ସ୍ୱାସ୍ଥ୍ୟର ସୁରକ୍ଷା,ପରିବେଶ ରକ୍ଷା,ପ୍ରତି ଦେଇଥାନ୍ତି ଲୟ।୭। ବିଶ୍ବରେ ଦୀର୍ଘ ଦୁଇ ଶତାବ୍ଦୀ ଧରି, ଆଧିପତ୍ୟ ଥିଲା ତା'ର ସ୍ଵତନ୍ତ୍ରତା,ଦୀର୍ଘାୟୁତା ବହୁମୁଖି ସେବାକରି ନିରନ୍ତର।୮। ମନୁଷ୍ୟଙ୍କ ପାଇଁ ସରଳ ସୁଲଭ ନିର୍ଭରଯୋଗ୍ୟ ବ୍ୟବସ୍ଥା ଦୁଇ ଶତ ବର୍ଷ ମାନବ ସେବାରେ ରଖିଅଛି ତାର ଆସ୍ଥା।୯। ଏଭଳି ଦୁର୍ଲ୍ଲଭ ସେବାକୁ ଯୋଗାଇ ମହୀରେ ହୋଇ ମହାନ କାଳ କାଳ ପାଇଁ ଯଶ ରହିଥିବ ଅମର ତବ ଜୀବନ।୧୦। ଛାତ୍ର ଛାତ୍ରୀଙ୍କର ପ୍ରଥମ ପସନ୍ଦ,ସ୍କୁଲ ଯିବା ଆସିବାରେ ସ୍ବାସ୍ଥ୍ୟରକ୍ଷା ସହ ସମୟ ସଞ୍ଚୟ,ସୁଗମ ପାଠପଢ଼ାରେ।୧୧। ତାହା ଜାଣି ଆମ ପ୍ରିୟ ସରକାର,ପିଲାଙ୍କୁ ଦ୍ୟନ୍ତି ଯୋଗାଇ ପିଲାଙ୍କର ପଥ ସୁଗମ ହୋଇବ,ବିଦ୍ୟାଳୟ ଯିବାପାଇଁ।୧୨। ଗରିବ ଜନର ଚିର ସହଚର,ଶ୍ରମିକ ପାଇଁ ଭରସା ଛୋଟ କାରିଗର,ବୁଲା ବେପାରୀର,ସାଇକେଲ ଚିରସଖା।୧୩। ସ୍ବାସ୍ଥ୍ୟପ୍ରତି ସଚେତନ ରହିଥିବା ସକଳ ଶିକ୍ଷିତ ଜନ ସାଇକେଲ ଟିଏ,ଆପଣେଇଲେଣି,ଶରୀରକୁ ଦେଇଧ୍ୟାନ।୧୪। ଶରୀରକୁ ସୁସ୍ଥ ରଖେ ସାଇକେଲ, କରେ ପ୍ରଦୂଷଣ ମୁକ୍ତ ନିୟମିତ ସାଇକେଲ ଚାଳନାରେ, ଶରୀର ରହିବ ସୁସ୍ଥ ।୧୫। ସାଇକେଲ ଚଢା ଶରୀର ପାଇଁଟି ଅଟଇ ଅତି ଉତ୍ତମ ହୃଦଯନ୍ତ୍ର,ଫୁସଫୁସ,ଚର୍ବିହ୍ରାସ ପାଇଁ ତା ଭଲ ବ୍ୟାୟାମ।୧୬। ସକଳ କ୍ଷେତ୍ରରେ ସାଇକେଲ ତା'ର,ଦେଖାଇଛି କରାମତି ଦୀର୍ଘ ଦୁଇ ଶତ ବର୍ଷ ଧରି ସେ'ତ,ମାନବ ସେବାରେ ମାତି।୧୭। ଯେତେ ଆଧୁନିକ ହେଉଅବା ଜନ, ଦେଶ ହେଉ ବିକଶିତ ଯୁଗ ଯୁଗ ଧରି ସାଇକେଲ ତା'ର,ସତ୍ତା ରଖିବ ନିଶ୍ଚିତ।୧୮। ଶରୀରର ସୁସ୍ଥ ପ୍ରଦୂଷଣ ମୁକ୍ତ ଆମ ପ୍ରିୟ ସାଇକେଲ ବିଶ୍ଵ ବାସୀଙ୍କର ପ୍ରଥମ ପସନ୍ଦ ସଭିଏ କଲେଣି ଗେଲ।୧୯। ସଦା ହୃଦଘାତ ହୁଏ ନିୟନ୍ତ୍ରିତ,ମାଂସପେଶୀ ମଜଭୁତ ସ୍ୱାସ୍ଥ୍ୟଗତ ଉପକାର ସହିତରେ ପରିବେଶ ରଖେ ସୁସ୍ଥ।୨୦। ସ୍ବଳ୍ପ ଦୂରତାକୁ ସାଇକେଲେ ଯିବା,ସକଳେ କର ଶପଥ ନିଜ ଉପକାର ହେବା ସହ ନିଶ୍ଚେ,ଦେଶପାଇଁ ହେବ ହିତ।୨୧। ଚଢ଼ ସାଇକେଲ ଗଢ଼ ସବୁଜିମା ପ୍ଲାଷ୍ଟିକ କର ବର୍ଜନ ପ୍ରକୃତି ହସାଅ ଜୀବନ ବଞ୍ଚାଅ,ଆଜିର ଅଟେ ଆହ୍ଵାନ।୨୧। ମହାଦେଈପୁର,ଗୁରାଣ୍ଡି,ପାରଳାଖେମୁଣ୍ଡି,ଗଜପତି।
