ଜଗନ୍ନାଥ ଷୋଳକଳା
ଜଗନ୍ନାଥ ଷୋଳକଳା
ଜଗନ୍ନାଥ ଷୋଳକଳା(ରାଗ.ବଙ୍ଗଳାଶ୍ରୀ) କବି କୁସୁମ ଗୌରବ ଘନଶ୍ୟାମ ଜେନା ତୋ ଷୋଳ କଳାରୁ ଗୋଟିଏ କଳାରେ ବିରାଜ କଳା ପୁରୁଷ ଯେଉଁ କଳା ବଳେ ଏ କଳିକାଳର ତୁଟିବ କଳି କଳୁଷ।୧। ଷୋଅଳ କଳାରୁ କଳା ଏକ ନେଇ ଦିଅ ବାରେ ଦରଶନ ବଳିତ ଗଲାଣି ବୟସର ବେଳ ଭାଳି ଭାଳି ନିଶି ଦିନ।୨। ଭାଳି ଭାଳି ମୁଁ ଯେ କରୁଅଛି ଅଳି ଭଳି ଭଳି ଭଜନରେ ଭକତିର ଅଶ୍ରୁ ଜଳ ଅବିରତ ଢ଼ାଳି ଶ୍ରୀ ପଦ୍ମପୟରେ।୩। ଷୋଅଳ କଳାରୁ କଳାଏକ ନେଇ ବିରାଜ କଳାଠାକୁର, କଳିତ ପାରୁନି ତବ ଲୀଳା ଖେଳା କଳାମୁଖ କଳାକାର।୪। କଳପ କଳପ କାଳ କରି ତପ ସ୍ଵୟଂ ଶିବ ବେଦବର ଅଳପ ଅଳପ ଆଳାପେ କିିପରି ଲଭିବି ପଦ୍ମପୟର।୫। ଯେଉଁ କଳା ବଳେ ଜଗତ ମୋହିଲ କଳିତ ପାରୁନି ଭାଳି, ଷୋଅଳ କଳାରୁ ଏକ ନନ୍ଦବଳା ଗୋପବାଳି ଗଳାମାଳି।୬। ଏତିକି ମାେ ଅଳି ଘେନ ବନମାଳୀ ଆଶା ଶ୍ରୀଚରଣ ଧୁଳି ଭକତ ବତ୍ସଳ ଆହେ ଆଦିମୂଳ ନିଅ ମୋତେ କୋଳେ ତୋଳି।୭। ମହାଦେଈପୁର,ଗୁରାଣ୍ଡି,ପାରଳାଖେମୁଣ୍ଡି ଗଜପତି। ବେଦବର - ବ୍ରହ୍ମା,କଳା ପୁରୁଷ - ଭଗଵାନ, ଆଳାପ.ପ୍ରାର୍ଥନାରେ, ଆଦିମୂଳ.ଭଗବାନ, ଭକତବତ୍ସଳ.ଭଗଵାନ,କଳପ. କୋଟି କୋଟି ବର୍ଷ।
