STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ନନ୍ଦରାଣୀଙ୍କ ବିଳାପ ଘନଶ୍ୟାମ

ନନ୍ଦରାଣୀଙ୍କ ବିଳାପ ଘନଶ୍ୟାମ

2 mins
0

ନନ୍ଦରାଣୀଙ୍କ ବିଳାପ (ରାଗ. ରାମକେରୀ) କବି କୁସୁମ ଗୌରବ ଘନଶ୍ୟାମ ଜେନା କଳା କଳେବର କାଳିଆ, ମୋର ରଙ୍କୁଣିଧନ, କେମନ୍ତେ ବଞ୍ଚିବି ନଦେଖି, ତୋର କଳା ବଦନ।୧। ଖାଇ ଖଣ୍ଡକ୍ଷୀର ଲବଣୀ, ଗୋପ ବାଳକ ସଙ୍ଗେ, ଖେଳିବ ଆଉକେ ଧୂଳିରେ, ଦାଣ୍ଡରେ ନାନାରଙ୍ଗେ।୨। ଗହନ ବନରେ ଧନରେ, ନିତି ଚରାଇ ଧେନୁ ଗୋପବାଳ ମେଳେ ଖେଳରେ, ମଜ୍ଜି ବଜାଇ ବେଣୁ।୩। ଘୋଟିଆସିଲାଣି ଅନ୍ଧାର, ମୋର ଉଛନ୍ନ ମନ ଘରେ ପଥଚାହିଁ ବସିଛି, ମୋର ଜୀବ ଜୀବନ।୪। ନିତି ପ୍ରତିଘର ବୁଲିଣ, ଖାଉ ଲବଣୀ ସର, ନିତି ଗୋପାଳୁଣୀ ଗୁହାରି, କରେ ନାମରେ ତୋର।୫। ଚଢି ଦଧିଭାଣ୍ଡ ଭାଙ୍ଗୁରେ, ଥାଏ ସିକାଉପର, ଚାହିଁଲା ମାତ୍ରକେ ଉଭେଇ, ଯାଉ ମୂରଲୀଧର।୬। ଛାଡିଯିବୁ ଗଳାମାଳିରେ, ମୋତେ ଶୋକେ ଭସାଇ, ଛାଟେ ପିଟିଥିଲି ବୋଲିକି, ବାବୁ କଳା କହ୍ନାଇ।୭। ଯମୁନା କୂଳରେ କଦମ୍ବ, ମୂଳେ ଗୋପିକା ମେଳି, ଜଗିବସୁ ନିତି କୁଞ୍ଜରେ, ରାଇ ଆସିବେ ବୋଲି।୮। ଝରି ପଡୁଚିକି ଲୋତକ, ଝର ଝର ନୟନୁ ଝୁରିଝୁରି କ୍ଷୀଣ ହୋଇଲା, ଧନରେ ମୋର ତନୁ।୯। ନାଶି ବକା,ଅଘା,ଧେନୁକା, ନେଲୁ ପୁତନା ପ୍ରାଣ, ନାଚ କଲୁ କଳୀୟ ଶିରେ, କଲୁ ଦର୍ପଦଳନ।୧୦। ଟେକି ଗୋବର୍ଦ୍ଧନ ଧଇଲୁ, ରକ୍ଷା କଲୁ ଗୋପକୁ, ଟାଣ ପଣ ନାଶି ଇନ୍ଦ୍ରର, ଭାଙ୍ଗିଦେଇ ଦର୍ପକୁ।୧୧। ଠୁଳ ହୋଇ ଗୋପୀ ସକଳ, ସ୍ନାନ କରିଲା କାଳେ, ଠୁଳ କରି ସବୁ ବସନ, ନେଲୁ କଦମ୍ବ ଡାଳେ।୧୨। ଡର ନ ଲାଗଇ ଧନରେ, ବନେ ବୁଲୁ ଏକଲା, ନ ଡରି ଅସୁରେ ମାଇଲୁ, ଏକି ବିଚିତ୍ର ଲୀଳା।୧୩। ଢଳି ଢଳି ନାଚୁ କୁଞ୍ଜରେ, ସଙ୍ଗେ ଶ୍ରୀରାଧା ବାଳୀ, ଢଳି ନାଚୁଛନ୍ତି ବେଢିଣ, ସଙ୍ଗେ ବରଜ ବାଳୀ ୧୪। ନ ମାନିଣ ଖରା ବରଷା, ଶୀତ କାକର ତାତି, ନେଇ ଧେନୁପଲ ସଙ୍ଗତେ, ବନସ୍ତେ ବୁଲୁନିତି।୧୫। ତୋତେ କ୍ଷଣେ ନଦେଖିଲେରେ, ଧନ ଆତୁରମନ, ତୁହି ମୋର ଗଳାହାରରେ, ମୋର ଗଣ୍ଠିର ଧନ।୧୬। ଥୟ ହୋଇ ବସିନପାରେ, ବେଳ ହେଲେ ଉଛୁର, ଅଥୟେ ଆସିବା ବାଟକୁ, ଚାହେଁ ଥରକୁ ଥର।୧୭! ଦୁଃଖିଧନ ନୀଳମଣିରେ, ମୋର ଦୁଃଖୀ ସଙ୍ଖାଳି ଦୁଃଖ ହୋଇଯାଏ ଦୁରିତ, ଧନରେ ବନମାଳୀ।୧୮। ଧଇର୍ଯ୍ୟ ଧରି ମୁଁ ନ ପାରେ, କ୍ଷଣେ ହେଲେ ଅନ୍ତର ଧନୁଯାତ୍ରା ଦେଖିଯିବୁରେ, ସତେ ସେ ମଧୁପୁର।୧୯। ନ ଚାହିଁ ବଞ୍ଚିବି କେମନ୍ତେ, ଚାରୁ ଚନ୍ଦ୍ର ବଦନ ନଯା ମଥୁରାକୁ ଧନରେ, ମୋର ନନ୍ଦନନ୍ଦନ।୨୦। ପାଳି ଥିଲି ଅତି ଯତନେ, ବାବୁ କଳା ଶ୍ରୀ ମୁଖ ପଳାଇ ଯିବୁକି ଛଡାଇ ଦେଇ ବାଚ୍ଛଲ୍ୟ ସୁଖ।୨୧। ଫଣି ଶିରେ ନାଚି ଦଳିଲୁ, କାଳି କାଳନ୍ଦୀ ଜଳେ ଫେରି ଗଲା ସେଠୁ କାଳିୟ, ଘେନି କୁଟୁମ୍ବହେଳେ।୨୨। ବୁଲି ଘର ଘର ବାଳକ, ସଙ୍ଗେ ଲବଣୀ ଚୋରି ବାପରେ ଗୁହାରି କରନ୍ତି, ନିତି ଗୋପର ନାରୀ।୨୩। ଭାଇ ବଳରାମ ସଙ୍ଗତେ, ଯିବୁ ଯାତରା ଦେଖି ଭାଳି ଭାଳି ଦୁଷ୍ଟ କଂସର କଥା ଡର ମାଡ଼ୁଛି।୨୪। ମାମୁଁ କଂସାସୁର ପେଶିଛି, ରଥ ସଙ୍ଗେ ଅକ୍ରୁର ମିଶି ଧନୁଯାତ୍ରା ଦେଖିବା, ପାଇଁ ଭାଇ ସଙ୍ଗର।୨୫। ଯିବୁ ଯେବେ ମଧୁପୁରରେ, ଗୋପାଙ୍ଗନା ସକଳେ ଯିବେ ମରି ଗୋପାଳ ସଙ୍ଗେ. ଝାସି ଯମୁନା ଜଳେ।୨୬। ରଙ୍କର ରତନ ଧନରେ, ମୋର ଗଳାର ହାର, ଅନ୍ଧର ଲଉଡି ମୋହର, ହୃଦ ରତନ ହାର।୨୭ ଲାବଣ୍ୟ ମୂରତିି ମୋହନ, ଶିଖେ ମୟୁର ଚୂଳ, ଲମ୍ବିଛି ଗଳାରେ ତୋହର ବନଫୁଲର ମାଳ।୨୮। ବଂଶିବାଇ ବୁଲୁ ବନରେ ବାବୁରେ ବନମାଳି ବୁଲି ଲଟାବୁଦା ତୋଳିଣ ଖାଉ ବଇଁଚ କୋଳି।୨୯। ଶତ ଭାର ପଦ୍ମ ତୋଳିଲୁ, ପଶି କାଳିନ୍ଦୀ ଜଳେ ଶକଟାସୁରକୁ ନାଶିଲୁ, ଗୋପରେ ଅବହେଳେ।୩୦ ଶ୍ୟାମ ମୋକୋଳରେ ବସିଣ, ହାଇମାରିବା ବେଳେ, ସପତ ବ୍ରହ୍ମାଣ୍ଡ ଦେଖା ଥିଲୁ ମୋତେ ସେକାଳେ।୩୧। ସଙ୍କଟ ଆସିଲା ଗୋପରେ ଧନ ଥରକୁ ଥର ସବୁ ସଙ୍କଟକୁ ଗୋପୋକୁ ରକ୍ଷାକଲୁ ଶ୍ରୀଧର।୩୨। ହସ ହସ କଳଶ୍ରୀମୁଖ, ବାବୁ ନନ୍ଦ ଦୁଳ୍ଲାଳ, ହରକ୍ଷ ହୋଇଣ ବ୍ରଜରେ ସଦା କର ବିହାର।୩୩। କ୍ଷମାକର କ୍ଷମାନିଧି ହେ, ନଯା ମଧୁପୁରକୁ, କ୍ଷମାପାରାବାର କ୍ଷମହେ ଦୀନ ଘନଶ୍ୟାମକୁ।୩୪। ରଚନା..କବି କୁସୁମ ଗୌରବ,ଘନଶ୍ୟାମ ଜେନା ମହାଦେଈପୁର,ଗୁରାଣ୍ଡି,ଗଜପତି। **************************


Rate this content
Log in

Similar oriya poem from Inspirational