ପ୍ରସିଦ୍ଧ ଧର୍ମଲିଙ୍ଗେଶ୍ଵର ଶୈବପୀଠ ଘନଶ୍ୟାମ ଜେନା
ପ୍ରସିଦ୍ଧ ଧର୍ମଲିଙ୍ଗେଶ୍ଵର ଶୈବପୀଠ ଘନଶ୍ୟାମ ଜେନା
ପ୍ରସିଦ୍ଧ ଧର୍ମଲିଙ୍ଗେଶ୍ଵର ଶୈବପୀଠ କବି କୁସୁମ ଗୌରବ ଘନଶ୍ୟାମ ଜେନା। ଗୁରାଣ୍ଡି ଗ୍ରାମ ପାର୍ଶ୍ୱରେ ମହେନ୍ଦ୍ର ପାଦ ଦେଶରେ ଶୋହେ ନିରୋଳା ସ୍ଥାନରେ,ମନ୍ଦିର ଏକ ନାମ ଧର୍ମଲିଙ୍ଗେଶ୍ୱର ଆଡ଼ବା ଗ୍ରାମ ପାର୍ଶ୍ୱର ଅଶେଷ ମହିମା ଯା'ର,ଖ୍ୟାତ ମୂଳକ। ଶାନ୍ତକାନ୍ତ ପରିବେଶରେ ମହକେ ଯା'ର ମହିମା ମାହେନ୍ଦ୍ରାଞ୍ଚଳେ।୧। ସମୁଦ୍ରଗୁପ୍ତ କାଳର ସପ୍ତମ ଶତାଦ୍ଦୀଠାର ନିର୍ମାଣିଲେ ନୃପବର,ଦିବ୍ୟ ମନ୍ଦିର ମନ୍ଦିର ଗମ୍ବୁଜାକାର ପଶ୍ଚିମ ଦିଗେ ଦୁଆର ଜନପଦଠାରୁ ଦୂର,ନିକାଞ୍ଚନର। ଶୋହେ ଲିଙ୍ଗ ଶକ୍ତି ବିହୁନେ ସିଦ୍ଧପୀଠ ରୂପେ ଗଣା,ସକଳ ଜନେ।୨। କେତେ କେତେ ସାଧୁ ସନ୍ଥ ପୁଣି କେତେକ ଭକତ ହୋଇଛନ୍ତି ସମବେତ, ସାଧକ ଗଣ ପାଇ ଶିବଙ୍କ ଆଶିଷ ଲଭି ପରମ ସନ୍ତୋଷ ଜୀବନର ଅବଶୋଷ,କରି ପୂରଣ। ନାମଟି ଧର୍ମଲିଙ୍ଗେଶ୍ୱର ପୁଣ୍ୟ ପୀଠ ରୂପେ ଗଣା ଗଜପତିର।୩। ପୁରୁଣା ପାଟଣାବାସୀ ଭେଙ୍କେଟେଶାନନ୍ଦ ଆସି ମନ୍ଦିରେ ମିଳି ସନ୍ନ୍ୟାସୀ,ଶୁଭ ଲଗନେ ଭକତ ଜନଙ୍କ ମେଳେ ଆଶ୍ରମ ନିର୍ମାଣି ହେଳେ ଦିବ୍ୟଜୀବନ ସଂଘର, ଶାଖା ସ୍ଥାପନେ। ନିତ୍ଯ କରି ହରି କୀର୍ତ୍ତନ ଭକତ ମେଳେ ଆନନ୍ଦେ,କଟାଇ ଦିନ।୪। ଯୋଗୀଙ୍କ ଦେହାବସାନ ମିଳି ସର୍ବ ଭକ୍ତଗଣ କଲେ ସମାଧି ନିର୍ମାଣ,ତା ସନ୍ନିଧାନ ସାଧୁ ସନ୍ଥଙ୍କର ମେଳେ ଷୋଡ଼ଶୀ ପାଳନ କାଳେ ପ୍ରତିମୂର୍ତ୍ତି ଏକ ତହିଁ,କଲେ ସ୍ଥାପନ। ସନ୍ନ୍ୟାସୀଙ୍କ ସ୍ମୃତି ରକ୍ଷାରେ ନାନାବିଧ କାମମାନ କଲେ ସେଠାରେ।୫। ଭରତ ପଣ୍ଡା ପ୍ରବର ଗବେଷକ ମହେନ୍ଦ୍ରର ଆସି ମିଳିଲେ ମନ୍ଦିର,ଆନନ୍ଦଭର ଏକାନ୍ତେ ଦିନ ପନ୍ଦର କଟାଇ ମନ୍ଦିରଠାର ପ୍ରତ୍ନତତ୍ତ୍ୱ ଗବେଷଣା,କରି ସେଠାର ଧର୍ମଲିଙ୍ଗେଶ୍ୱର ମହିମା ରଚିଲେ କେତେକ ଗ୍ରନ୍ଥ,କାବ୍ୟ ସୁଷମା।୬। ବହୁ ପରିଶ୍ରମ କରି ଗବେଷଣାକୁ ଆଦରି ବିରଚିଲେ ଯୁଗେଯୁଗେ ମହେନ୍ଦ୍ରଗିରି ସାର୍ଥକ ହେଲା ଜୀବନ ପାଇଲେ ଅନେକ ମାନ ବୋଲାଇଲେ ଧନ୍ୟ ଧନ୍ୟ,ବ୍ରତ ଆଚରି। ପଞ୍ଚବଟୀର,ଷଡରସ ନାମେ ରଚି ଆୟୁର୍ବେଦ ଗ୍ରନ୍ଥ ବିଶେଷ।୭। ପନ୍ଦର ବରଷକାଳ ପରାଏ ହୋଇ ପାଗଳ ଵୁଲିଣ ମହେନ୍ଦ୍ରମାଳ, ସ୍ଥାନ ବିରଳ ଖାଇ ବନ ଫଳମୂଳ ପିଇ ଝରଣାର ଜଳ ଆନନ୍ଦେ ହୋଇ ବିହ୍ଵଳ,ମନ ଶୀତଳ ପୌରାଣିକ ଐତିହାସିକ ବାଢ଼ିଛନ୍ତି ଭୌଗୋଳିକ,ତଥ୍ୟ ଅନେକ।୮। କେରଳ ରାଜ୍ୟରୁ ଆସି ମିଳିଲେ ଯୁବ ସନ୍ନ୍ୟାସୀ ସଂଭ୍ରାନ୍ତ ଜମିଦାରଙ୍କ,ଏକା ସନ୍ତାନ ତେଜି ସକଳ ସମ୍ପଦ ପାଇବେ ପରମ ପଦ ଆଦରେ ସନ୍ନ୍ୟାସ ପଦ,କରି ଗ୍ରହଣ ସେ ଆତ୍ମାନନ୍ଦ ସରସ୍ଵତୀ ଧର୍ମଲିଙ୍ଗେଶ୍ୱର ଠାରେ,କଲେ ବସତି।୯। ତହୁଁ କିଛିଦିନ ଅନ୍ତେ ମହେନ୍ଦ୍ରରୁ କୁନ୍ତୀ ମାତ ଆସି ମିଳିଲେ ତୁରିତ,ପୁଣ୍ୟପୀଠର ସାଧନାରେ ହୋଇରତ ଆଦରି ମଉନ ବ୍ରତ ବାସନ୍ତିକ ନବରାତ୍ରେ,ରହି ଜାଗର। ହରିହର ମିଶ୍ର ପ୍ରବର ତୁଳସୀମା,ନୀଳମଣି,ଭକତବର।୧୦। ସେଦିନୁ ତୁଳସୀ ମାତ ସାଧନେ ରହି ନିରତ କରନ୍ତି କାଳାତିପାତ ପୁଣ୍ୟ କ୍ଷେତ୍ରରେ ଆନନ୍ଦେ ହୋଇ ମଗନ କରି ନାମ ଉଚ୍ଚାରଣ ଅବିରତେ ଦେଇ ଧ୍ୟାନ ବିଭୁ ପୟରେ। ମହେନ୍ଦର ତେଜିଣ ମାତ ରାମଲିଙ୍ଗେଶ୍ଵରଠାରେ ଆଚରି ବ୍ରତ।୧୧। ପ୍ରତି କାର୍ତ୍ତିକ ମାସରେ ସଙ୍କରାନ୍ତି ସୋମବାରେ ଭିଡଜମେ ଭକତରେ,ମନ୍ଦିରଠାର ମହାଶିବରାତ୍ରି ଦିନ ମେଳାଲାଗେ ସେହିସ୍ଥାନ ଦୂରୁଆସି ଭକ୍ତଜନ,ଆନନ୍ଦଭର। ରାତ୍ର ରହିଣ ଉଜାଗର କେତେ ଭଜନ କୀର୍ତ୍ତନ କରି ସେଠାର।୧୨। ମହଦେଈପୁର,ଗୁରାଣ୍ଡି,ପାରଳାଖେମୁଣ୍ଡି,ଗଜପତି।
