STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ଉଠ କଳାକାହ୍ନ ଘନଶ୍ୟାମ ଜେନା

ଉଠ କଳାକାହ୍ନ ଘନଶ୍ୟାମ ଜେନା

1 min
26

ଉଠ କଳାକାହ୍ନ କବି କୁସୁମ ଗୌରବ ଘନଶ୍ୟାମ ଜେନା ସିନ୍ଦୂରା ଫାଟିଲା ଦେଖ ଉଦେ ହେଲେ ଭାନୁ ରାବିଲେ କାକ କୁକୁଟ,ଉଠ କଳା କାହ୍ନୁ।ଉଦେ। ସୁନେଲି କିରଣ ଢାଳି, ଉଇଁଲେଣି ଅଂଶୁମାଳି ପଞ୍ଚମ ତାନକୁ ତୋଳି,କୋକିଳ କାନନୁ।ଉଦେ। ଉଠ ଧନ ବନମାଳୀ, ବହନ ମୁଖ ପଖାଳି ବନସ୍ତକୁ ଯିବୁ ଚଳି, ଘେନି ବଛା ଧେନୁ।ଉଦେ। ଶମ୍ଭୁ ଆଳେ କମ୍ବୁ ଧ୍ବନି, ସୁମଧୁରେ ସୁଭିଲାଣି ଉଚ୍ଛୁଳି ଉଠେ ମେଦିନୀ,ପୁଲକିତ ତନୁ।ଉଦେ। ବିକଶି କୁସୁମ ଡାଳେ,ଭ୍ରମର ଭ୍ରମେ ଭ୍ରମରେ କଳରବ କି ମଧୁର,ଶୁଣ କଳା କାହ୍ନୁ।ଉଦେ। ଦାଣ୍ଡେ ଶୁଭେ କୋଳାହଳ,ଗୋପବାଳେ ହୋଇ ମେଳ ଉଠ ବାପ ନନ୍ଦବାଳ,ସଙ୍ଗେ ନେବୁ ବେଣୁ।ଉଦେ। ଏ ରସରେ ରସି ରସେ, ଦୀନ ଘନଶ୍ୟାମ ଭାଷେ ରାଇ ସଙ୍ଗେ ରାସରସେ,ରସରାଜ କାହ୍ନୁ।ଉଦେ। ସିନ୍ଦୂରା ଫାଟିଲା ଦେଖ ଉଦେ ହେଲେ ଭାନୁ ରାବିଲେ କାକ କୁକୁଟ,ଉଠ କଳାକାହ୍ନୁ।ଉଦେ। ମହାଦେଈପୁର,ପାରଳାଖେମୁଣ୍ଡି,ଗଜପତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational