STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ଘୋଷଯାତ୍ରା(ଛନ୍ଦ/ବୃତ୍ତ -ଚୋଖି) ଘନଶ୍ୟାମ ଜେନା

ଘୋଷଯାତ୍ରା(ଛନ୍ଦ/ବୃତ୍ତ -ଚୋଖି) ଘନଶ୍ୟାମ ଜେନା

2 mins
2

ଘୋଷଯାତ୍ରା(ଛନ୍ଦ/ବୃତ୍ତ -ଚୋଖି) କବି କୁସୁମ ଗୌରବ ଘନଶ୍ୟାମ ଜେନା ପବିତ୍ରଭୂମି ଉତ୍କଳେ ପୁଣ୍ୟ ମହୋଦଧି କୂଳେ ଶଙ୍ଖନାଭି ମଣ୍ଡଳରେ,କଳପବର, ଦିବ୍ୟ କଳ୍ପବଟ ମୂଳେ,ବିଜୟ ବଡ଼ଦେଉଳେ ଭାଇ ଭଉଣୀଙ୍କ ମେଳେ,କଳାଠାକୁର ସେ ପୁଣ୍ୟକ୍ଷେତ୍ର ନୀଳାଚଳ, ଶଙ୍ଖକ୍ଷେତ୍ର ସମ ନାହିଁ,ମହୀମଣ୍ଡଳ।୧। ନବଦିନ ପାଇଁ ଯାତ, କରିବେ ଜଗତନାଥ ଭାଇ ଭଉଣୀ ସହିତ ଜନମ ସ୍ଥାନ, ମାତା ଗୁଣ୍ଡିଚା ଆଜ୍ଞାରେ, ଯିବେ ବରଷକେ ଥରେ ଭକତଜନ ହିତରେ,ସେ ଅଭିଯାନ ଆଷାଢ଼ ଶୁକଳ ଦ୍ଵିତୀୟା ରଥପରେ ବିଜେ ହେବେ,ଜଗତନାହା।୨। ଠାଣି ମତ୍ତଗଜ ଚାଲି ଆସୁଛନ୍ତି ଝୁଲି ଝୁଲି ଟାହିଆ ଯାଏ ଦୋହଲି,ଦଇତା ମେଳେ ଭଙ୍ଗୀ ସିଂହଠାଣି ଜିଣି ଦୁଲୁକି ଉଠେ ମେଦିନୀ ସୁନ୍ଦର ବାଙ୍କ ଚାହାଣୀ, ଆନନ୍ଦେ ଭୋଳେ ପତିତ ଉଦ୍ଧାରଣ ପାଇଁ ପତିତପାବନ ବାନା,ଥାଉ ଉଡ଼ାଇ।୩। ରତ୍ନବେଦୀରୁ ବାହାରି ପହୁଣ୍ଡିରେ ବିଜେକରି ଦଇତା ଥାନ୍ତି ଆବୋରି,ଝୁଲେ ଟାହିଆ, ଦୟଣା ତୁଳସୀ ଚୂଳ, ସୁବାସ କୁସୁମ ମାଳ ଟାହିଆ ଶିଖରେ ଶୋହେ,ଦୁବ କାଣ୍ଡିଆ। ଅଣ୍ଟା ଦୋହଲାଇ ଘଣ୍ଟୁଆ ଢଳିଢଳି ନାଚୁଥାନ୍ତି,ହଲାଇ ହିଆ।୪। ବଡ଼ଦାଣ୍ଡେ ତିନି ରଥ ଉଭା ହୋଇଛନ୍ତି ସେତ ତାଳଧ୍ଵଜ ନନ୍ଦିଘୋଷ,ଦର୍ପଦଳନ ମାଳମାଳ ତାଳ ଫାଳ ଯୋଚାଯାଏ ଚାରମାଳ ପ୍ରଚଳିତ କାଳକାଳ,ତିନି ସ୍ୟନ୍ଦନ ଯୋଚା ହୋଇ ଘୋଡା ସକଳ ଚଢିବେ ଚତୁର୍ଦ୍ଧାମୂର୍ତ୍ତୀ,ତିନି ରଥର।୫। ଆଡ଼ପ ମଣ୍ଡପ ବିଜେ କରିବେ ଦେବାଧିରାଜେ ଆଷାଢ଼ ଶୁକ୍ଳ ଦ୍ୱିତୀୟା,ପୁଣ୍ୟତିଥିରେ, ରତ୍ନବେଦୀରୁ ବାହାରି, ଅପୂର୍ବ ପହଣ୍ଡି ସାରି ତିନି ରଥେ ବିଜେକରି,ଦଇତା ମେଳେ ସେ ବିରଳ ରଥଯାତରା, ବିଶ୍ବ ବ୍ରହ୍ମାଣ୍ଡେ ଦୁର୍ଲ୍ଲଭ,ସେ ଲୀଳା ଖେଳା।୬। ଆମ ଠାକୁର ରାଜନ କରନ୍ତି ରଥ ମାର୍ଜନ ସୁବର୍ଣ୍ଣ ସମାର୍ଜନୀରେ,ଦଇତା ମେଳେ ଆମ ମହାନ ସଂସ୍କୃତି ଏତ ଉତ୍କଳର ରୀତି ଛେରପହଁରାର ନୀତି,ନାହିଁ ଭୂତଳେ ମହାନ ଆମ ପରମ୍ପରା ଦେବ ଦୁର୍ଲ୍ଲଭ ଏ ରୀତି ଅଟେ ନିଆରା।୭। କେତେ କେତେ ନୃତ୍ୟଗୀତ ଆନନ୍ଦଭରେ ଭକତ ଓଡ଼ିଶୀ,ମାହାରୀ ନୃତ୍ୟ,ହୁଏ ସମ୍ପନ୍ନ ମିଳି ସଂକୀର୍ତ୍ତନ ଦଳ ହସ୍ତେଧରି ଖୋଳ ତାଳ ଆନନ୍ଦେ ହୋଇ ବିହ୍ବଳ,କରେ କୀର୍ତ୍ତନ ଭେରୀ,ତୁରୀ,କାହାଳୀ ସ୍ଵନ ବିବିଧ ବାଜା ବାଜଣା,କି ଶୋଭାବନ।୮। ଲକ୍ଷ ଲକ୍ଷ ଭକ୍ତ ମେଳେ ତୋ' ବଡ଼ଦାଣ୍ଡ ଉଚ୍ଛୁଳେ ଜାତି,ଧର୍ମ,ବର୍ଣ୍ଣ ମିଳି,ହୁଅନ୍ତି ଠୁଳ ହରିବୋଲ ହୁଳହୁଳି ଶବଦେ ପଡ଼େ ଉଚ୍ଛୁଳି ନାଚୁଥାନ୍ତି ଢଳିଢଳି,କି କୋଳାହଳ ସ୍ୱର୍ଗେ ଥାଇ ବିବୁଧବୃନ୍ଦ ପୁଷ୍ପବୃଷ୍ଟି କରୁଥାନ୍ତି,ହୋଇ ଆନନ୍ଦ।୯। ଆହାକି ଅପୂର୍ବ ଲୀଳା ଭିଆଇଛୁ ଚକାଡୋଳା ଆଡ଼ପ ମଣ୍ଡପେ ବିଜେ,ଚତୁର୍ଦ୍ଧାମୂର୍ତ୍ତି, ଦେଖି ଭକ୍ତ କୃତ୍ୟ କୃତ୍ୟ, ମନକୁ କରି ତୃପତ ଲଭିଣ ପରମ ଶାନ୍ତ,ନେତ୍ର ସମ୍ପତି ଶ୍ରୀମନ୍ଦିରେ ନିତ୍ଯ ଦର୍ଶନ ଦିନେ ଆଡ଼ପେ ମିଳଇ,ଅଶେଷ ପୁଣ୍ୟ।୧୦। ଶ୍ରୀମନ୍ଦିର ସାଆନ୍ତାଣୀ ମାଆ ଲକ୍ଷ୍ମୀ ଠାକୁରାଣୀ କ୍ରୋଧଭରେ ଯାଇ ମାତ,ନନ୍ଦିଘୋଷ ର ରଥରୁ ଖଣ୍ଡିଏ କାଠ ଲୁଚି ଭାଙ୍ଗି ଜଗନ୍ମାତ ଦେଲେ ନାଥଙ୍କୁ ସଙ୍କେତ,ସନ୍ତର୍ପଣର ହେରାପଞ୍ଚମୀ ଦିନ ମାତ ରାଗରେ ଭାଙ୍ଗିଲେ ନନ୍ଦିଘୋଷର କାଠ।୧୧। ଘୋଷଯାତ୍ରା କରିଶେଷ ବାହୁଡିଲେ ପୀତବାସ ରଥପରେ ସୁନାବେଶେ,ଦେଲେ ଦର୍ଶନ, ରାଜରାଜେଶ୍ୱର ବେଶ ସୁବର୍ଣ୍ଣେ ହୋଇ ସୁବେଶ ଅପୂର୍ବ ରୂପ ବିଶେଷ,ରୂପ ଲାବଣ୍ୟ ପୁଣ୍ୟ ଏକାଦଶୀ ତିଥିରେ ଭକତ ଦର୍ଶନକଲେ ହରଷଭରେ।୧୨। ଅଧର ପଣାରେ ମନ ତୋଷିଣ ଜଗତଜନ ପାର୍ଶ୍ଵ ଦେବଦେବୀ ଗଣ,ଅଶରୀରୀ ଗଣ ଲକ୍ଷ ଲକ୍ଷ ଭକ୍ତଜନ ସଭିଙ୍କ ଆତୁର ମନ ନଅଗୋଟି ପଣା ତୁମ୍ବି,ହେବ ଭଞ୍ଜନ କାଳିଆର ବିଚିତ୍ର ଲୀଳା ଭକତ ମୁକତି ପାଇଁ,ଏ ଲୀଳାଖେଳା।୧୩। ବଡଦେଉଳେ ଗମନ କରିବେ କଳାବାମନ ସାଆନ୍ତାଣୀ ଅଭିମାନେ,ଦେଲେ କିଳିଣି ଓଗାଳିଲେ ପ୍ରଭୁ ପଥ ରାଗ ତମତମେ ମାତ ଲକ୍ଷ୍ମୀ ନାରାୟଣ କଳି,ବହେ ଉଜାଣି ମିଠା ବାଣୀ କହି ସଧୀରେ ମନାଇ ମାଆଙ୍କ ମନ,ହରଷଭରେ।୧୪। ଦେଖି ପ୍ରେୟସୀ ବିରସ ରଙ୍ଗାଧରେ ସ୍ମିତହାସ୍ୟ ପୁଣି କେତେ ଚାଟୁଭାଷ,ବୋଧି ସଧୀରେ ରସଗୋଲା,ମିଠାବାଣୀ ତୋଷିମନ ସାଆନ୍ତାଣୀ ବିଜେକଲେ ବେଣୁପାଣି,ରତ୍ନବେଦୀରେ କି ସୁନ୍ଦର ନିଳାଦ୍ରୀ ବିଜେ, ଭାଇ ଭଉଣୀଙ୍କ ମେଳେ,ଦେବାଧିରାଜେ।୧୫। ମହାଦେଈପୁର,ଗୁରାଣ୍ଡି,ପାରଳାଖେମୁଣ୍ଡି, ଗଜପତି।


Rate this content
Log in

Similar oriya poem from Inspirational