ମହାସତୀ ସାବିତ୍ରୀ(ରାଗ.ଚୋଖି) ଘନଶ୍ୟାମ ଜେନା
ମହାସତୀ ସାବିତ୍ରୀ(ରାଗ.ଚୋଖି) ଘନଶ୍ୟାମ ଜେନା
ମହାସତୀ ସାବିତ୍ରୀ(ରାଗ.ଚୋଖି) କବି କୁସୁମ ଗୌରବ ଘନଶ୍ୟାମ ଜେନା ମଦ୍ରଦେଶ ନରପତି ନାମ ଯାର ଅଶ୍ୱପତି କନ୍ୟା ଅତି ବୁଦ୍ଧିମତୀ,ନାମ ସାବିତ୍ରୀ, ପତିବ୍ରତା ଧର୍ମବଳେ ଶମନ ଭୁବନୁ ହେଳେ ପତିଙ୍କୁ ଫେରିପାଇଲେ, ସେ ମହାସତୀ। ଦୁହିତା ଦୁଇ କୁଳ ହିତା ସ୍ଵାମୀ ଶ୍ଵଶୁର ଉଦ୍ଧାରି,ନିଜର ପିତା।୧। ସାବିତ୍ରୀଙ୍କ ତପବଳେ ଶାଶୂ ଶଶୁରଙ୍କ ମେଳେ ଚକ୍ଷୁ ସହ ହୃତ ରାଜ୍ୟ,ଶତ ନନ୍ଦନ, ଜୀବନ ପାଇଲେ ପତି, ନିଜେ ହେଲେ ପୁତ୍ରବତୀ ବୋଲାଇଲେ ମହାସତୀ ସାବିତ୍ରୀ ପୁଣ। ହିନ୍ଦୁ ରମଣୀଏ ସକଳେ ସାବିତ୍ରୀବ୍ରତ ପାଳନ୍ତି,ସ୍ଵାମୀ ମଙ୍ଗଳେ।୨। ଶାଲ୍ୱ ଦେଶର ରାଜନ ନାମଟି ଦ୍ୟୁମତସେନ ହରାଇ ରାଜ୍ୟ ଶାସନ,ବୁଲନ୍ତି ବନ ସଙ୍ଗେ ରାଣୀ ମାଳବିକା ସତ୍ୟବାନ ପୁତ୍ର ଏକା ଘୋର ଅରଣ୍ୟ ମଧ୍ୟରେ କାଟନ୍ତି ଦିନ। ସତ୍ୟବାନ ଦେଖିଲେ ବନେ ସଖୀ ଗହଣେ ବୁଲନ୍ତି ସୁନ୍ଦରୀ ଜଣେ।୩। ସତ୍ୟବାନ ରୂପକାନ୍ତି ଦେଖି ଚକିତ ସାବିତ୍ରୀ ଦେଖି ଶାନ୍ତ ସୌମ୍ୟ ମୂର୍ତ୍ତି,ବଳାନ୍ତି ମନ ନିଜ ପିତାଙ୍କୁ ଜଣାଇ ସ୍ଥିରକଲେ ଜେମାଦେଇ ବିଧିମତେ କଲେ ତାଙ୍କ ପାଣିଗ୍ରହଣ। ନାରଦଙ୍କ ବାରଣ କାଳେ ସତ୍ୟବାନଙ୍କୁ ବରିଲେ,ସାବିତ୍ରୀ ହେଳେ ।୪। ଜ୍ୟେଷ୍ଠ ଅମାବାସ୍ୟା ଦିନ ସବିତ୍ରୀ ବ୍ରତ ପାଳନ ସଧବା ରମଣୀ ଗଣ,ସ୍ବାମୀ ହିତରେ ଶଙ୍ଖା ସିନ୍ଦୂର ଦୁକୁଳ ନାନା ଜାତି ଫଳ ଫୁଲ ଧୂପ ଦୀପ ନଇବେଦ୍ୟ,ନେଇ ମନ୍ଦିରେ ସ୍ବାମୀଙ୍କର ମଙ୍ଗଳ ଚିନ୍ତି ନିର୍ଜଳ ଉପବାସରେ,ବ୍ରତ ପାଳନ୍ତି।୫। ଜାତି ଜାତି ବନ ଫଳ ଋତୁ କୁସୁମ ସକଳ ରମଣୀଏ କରି ଠୁଳ,ଭୋଗ ଥଳିର ଆମ୍ବ ପଣସ ଖଜୁରୀ ଜାମ୍ବ ଡାଳିମ୍ବ ସପୁରୀ ତାଳ ନଡ଼ିଆ କଦଳୀ,ଲିଚୁ ଅଙ୍ଗୁର କେନ୍ଦୁ,ବନ କଳାଖଜୁରୀ ସକଳ ଅରଣ୍ୟ ଫଳ ଫୁଲ ଯୋଗାଡ଼ି।୬। ଉତ୍କଳୀୟ ପରମ୍ପରା ସାରା ବିଶ୍ବରେ ନିଆରା ସଧବା ରମଣୀଙ୍କର,ବ୍ରତଟି ସାର ସର୍ବ ପତିବ୍ରତା ନାରୀ ସାବିତ୍ରୀ ବ୍ରତ ଆଚରି ସକଳ ସମ୍ପଦ ଶିରୀ,ମଣି ସ୍ଵାମୀର ପତିଦେବ ପରମେଶ୍ବର ପାଇବ ପରମ ପଦ,ସେବୀ ପୟର।୭। ମହାଦେଈ ପୁର,ଗୁରାଣ୍ଡି,ପାରଳାଖେମୁଣ୍ଡି,ଗଜପତି।
