STORYMIRROR

Puspanjali Panda

Inspirational

3  

Puspanjali Panda

Inspirational

ରଙ୍ଗ ପରବ

ରଙ୍ଗ ପରବ

1 min
142

ରଙ୍ଗର ପରବ ହୋଲି ଆଣି ଆସେ

 ବସନ୍ତ ର ଅଭିସାର

ପ୍ରୀତି ସରାଗରେ ପୁଲକିତ 

ଧରା ମାଖି ରଙ୍ଗର ଅବିର।।


ବଇଁଶୀର ମଧୁ ମୂର୍ଛନା ମନେ

ବିଭୋର ବସନ୍ତରାସ

ରାଈ ଦାମୋଦର ବିମାନ ରେ ବିଜେ

ବୁଲନ୍ତି ହୋଇ ସୁବେଶ।।


ଝୁଲି ଝୁଲି ଆସୁଥାନ୍ତି ବନମାଳୀ

ପିଚକାରୀ ସାଥେ ନେଇ

ଭକତି ନୈବେଦ୍ୟ ବାଢ଼ନ୍ତି ସଭିଏଁ

ରାଧାକୃଷ୍ଣ ପ୍ରେମେ ବାଇ।।


କୋଇଲିର କୁହୁକୁଜନର ଛନ୍ଦ

ପ୍ରକୃତି ରୂପ ସମ୍ଭାର

ପ୍ରେମର ଫଲ୍ଗୁରେ ବକୁଳ ଗନ୍ଧରେ

ସୁନାରୀ ବୃକ୍ଷ ଚାମର।।


ଦିବ୍ୟତାର ଆଭା ବିମାନରେ ଶୋଭା 

ଶ୍ୟାମ ରାଧା ଏକ ସଙ୍ଗେ

ଶାଶ୍ୱତପ୍ରେମରେ ଅପୂର୍ବ ପୁଲକ

ଖେଳିଯାଏ ନାନା ରଙ୍ଗେ।।


ଯୁଗଳ ମୁରତି ପାପତାପ ହାରି

କାଟିଦିଅ ସବୁ ବାଧା

ଜୀବନ ରଙ୍ଗକୁ ସାତରଙ୍ଗେ ଭରି

ଦିଅହେ କହ୍ନାଇ ରାଧା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational