STORYMIRROR

Puspanjali Panda

Abstract

4  

Puspanjali Panda

Abstract

ସାମ୍ରାଜ୍ୟ

ସାମ୍ରାଜ୍ୟ

1 min
349

ପ୍ରେମ ମୁଁ କରିଛି ବୋଲି

ପ୍ରତାରଣା ବାଟ ଭାଙ୍ଗି ଗଲା

ପାରିଲିନି ସାଜି ଏକ

ବିଦ୍ରୋହୀ ପ୍ରେମିକା

ପ୍ରତକ୍ଷା ରେ ସମୟ ବିତିଲା

ହୃଦୟ ର ନିଭୃତ କୋଣରେ

ବୀଜଟିଏ ପୋତି

ବଞ୍ଚାଇ ତ ପାରିଲିନି

ସବୁଜିମା ହଜିଯାଇ

ଶୁଷ୍କ ମରୁଭୂମି ପାଲଟିଲା।।

ଥୁଣ୍ଟା ଗଛଟିଏ ପରି

ସଂସାର ର ପ୍ରଚଣ୍ଡ ରୌଦ୍ରରେ

ଜର୍ଜରିତ ହେଲା 

ପତ୍ର ପୁଷ୍ପ ଫଳହୀନ ଡାଳେ

କେହି ବସିଲେଣି

କିଚିରି ମିଚିରି ଶବ୍ବ 

ଶୁଣିଲା ନି କାନ

ବିତିଗଲା ଦିନ

ନିଜ ସାମ୍ରାଜ୍ୟ ରେ ନିଜେ

କାଟୁଛି ମୁଁ ବନ୍ଦୀ ଜୀବନ।

ଭାବି ନିଅ ଯାହା ବଖାଣିଲି

ଅଭିଯୋଗ କଲି

ସବୁ ଭିତ୍ତିହୀନ

ଏକଲା ଆସିଛି ଆଉ

ଏକଲା ବି ଯିବି

ପ୍ରେମ କରି କାହିଁକି ବା

ପ୍ରତାରଣା ଦେବି

ବରଂ ସାଲିସ୍ କରି

ଅବଶିଷ୍ଟ ଆୟୁଷ ସାରିବି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract