ଏମିତି ବି ସ୍ୱପ୍ନ ଆସେ
ଏମିତି ବି ସ୍ୱପ୍ନ ଆସେ

1 min

208
ଏକେଲାପଣରେ ଘାରିହୁଏ ଯେବେ
କୋଳାହଳେ ଭରା ମନ
ସୁନ୍ଦରପଣକୁ ଆଖି ଚୋରିକରେ
ନିଦ ଚୋରିକରେ ସ୍ୱପ୍ନ I
ମରିଚିକା ଏଠି ସ୍ୱଚ୍ଛ୍ୱ ଜଳଧାର
ବିଦ୍ୱେଷ ଏଠାରେ ପ୍ରେମ
ଛଳନାର ଲୁହ ନିଗଡନ୍ତି ସର୍ବେ
ଥାଏ ଯଦି କିଛି କାମ I
କପଟ ବଚନେ ହୃଦୟ ଜିତନ୍ତି
କର୍ତ୍ତବ୍ୟ ସବୁରି ଶୂନ
ତାହେଲେ କାହିଁକି ମିଛ ଭାବନାରେ
ହେଉଥିବା ହୀନିମାନ I
ସବୁ ଭାବନାକୁ ପଛରେ ପକାଇ
ଆଗକୁ ଚାଲିବା ସଖୀ
ଏତେ ଦୂର ବାଟ ଚାଲିଯିବା ଆମେ
ପାଇବନି କାର ଆଖି I
ସୁନ୍ଦର ଗୋଟିଏ ଦୁନିଆର ନକ୍ସା
ତିଆରିବା ସେଠି ବସି
ଛାଡି ଆସିଥିବା ପଛକଥା ଭାବି
ଦେଉଥିବ ତୁମେ ହସି I
ଜୀବନ ଜଞ୍ଜାଳ ନଥିବ ସେଠି ଲୋ
ରାଗ ରୋଷ ଅଭିମାନ
ସପନ ସାଗରେ ସନ୍ତରଣ କରି
ଖୁସି କରୁଥିବା ମନ I