STORYMIRROR

Sriya Pattnaik

Inspirational

3  

Sriya Pattnaik

Inspirational

ମୁକୁଳା ପାଦ

ମୁକୁଳା ପାଦ

1 min
192

ଚାଳୁଥିଲି ଆଜି ଅପରାହ୍ନରେ,

ଏକ ସହରି ରାସ୍ତାର ପ୍ରାନ୍ତରେ ।

ନଜର ପଡ଼ିଗଲା ଚକ୍ ଚକ୍ ରାସ୍ତା,

ଓ ପିନ୍ଧିଥିବା ମୋ ଜୋତା ଉପରେ ରେ।


ନିରିଖି ଦେଖିଲି ପାଦକୁ ମୋର ,

ମନେ ପଡିଗଲା ହଠାତ୍

କିଛି କଥା ପିଲାଟି ଦିନର ।

ଚାଳୁଥିଲି ସେଦିନେ ଶଗଡ଼ ଗୁଳା ରେ,

ଗହୀର ହିଡରେ ଓ

ପାଦଚଲା ମାଟିର ରାସ୍ତା ରେ ।


ନିଆରା ସେ ସ୍ପର୍ଶ ମୁକୁଳା ପାଦରେ,

ରୋମଞ୍ଚକ ଥିଲା ଭୂଇଁ କୁ ଛୁଇଁବାରେ ।

କେଜାଣି କେବେ ମନେ ନାହିଁ

ଭୁଇଁ କୁ ଛୁଇଁଛି ଖାଲି ପାଦରେ।



ହଜିଗଲା କାହୁଁ ସେଦିନ

ବେସ୍ତ ବହୁଳ ଏ ଜୀବନ ଚର୍ଯା ରେ ।

ମନେ ଭାରି ଇଚ୍ଛା ଆଜି

ଖେଳିବାକୁ ସେଇ ବର୍ଷା ଜଳରେ,

ଶଗଡ଼ ଗୁଳାର ଧୂଳିରେ ।

ଚାଳନ୍ତି କି ପୁନର୍ବାର

ସକାଳର ସେଇ କାକର ଘାସ ରେ ।


Rate this content
Log in

Similar oriya poem from Inspirational