STORYMIRROR

Sriya Pattnaik

Others

3  

Sriya Pattnaik

Others

ଅଜଣା ଅଶୁଣା ବାଟ

ଅଜଣା ଅଶୁଣା ବାଟ

1 min
274

ଅଜଣା ଅଶୁଣା

ଅଚିଂହା ଏ ବାଟ

ଟିକିଏ ଖରା

ଟିକିଏ ଛାଇ ।

ବାଟୋଇ ଟେ ମୁଁ 

ଚାଲୁଥାଏ ରହି ରହି ।।୧

ଶୀତଳ ଗଛର

ଛାଇର ଆଶାରେ

ଆଗକୁ ଚାଲେ ବଢି ।

ମରୀଚିକା ସହ ଭେଟ 

ନିରାଶା ଖୋଲେ ପେଡି ।।୨

ଆଶା ନିରାଶାର

ଅଙ୍କ କସାକସି

ଭାଗଫଳ ହୁଏ ଶୁନ ।

ଜୀବନ ବାଟରେ ଚାଲୁ ଚାଲୁ 

ପଦେ ଫୋଡି ହେଇଯାଏ 

କେତେ ଯେ ଛୁଞ୍ଚି ମୁନ ।।୩

ରାସ୍ତାରେ ଛିଡା

ମାଇଲ ଖୁଣ୍ଟ 

ରାସ୍ତା ର ମାପ କାଠି ।

ପ୍ରତି ବାଧାବିଘ୍ନ ଏଡାଇ

ପୁଣି ଯାଏ ମୁଁ ଉଠି ।।୪

ଜୀବନ ଦର୍ଶନ

ଅଭୁଲା ଜ୍ଞାନ

ଅର୍ଜିଛି ସମୟ ସାଥେ ।

ଗୋଟି ଗୋଟି ପୃଷ୍ଠା

ଯୋଡି ହୋଇଯାଏ

ବାଟୋଇର ଚଲା ପଥେ ।।୫



Rate this content
Log in