ନୋଟ୍ ଲଗେଇଛି ନାଟ
ନୋଟ୍ ଲଗେଇଛି ନାଟ


ପ୍ରଶ୍ନ ପତ୍ର ଦେଖି ତାଟେକା ହୋଇଗଲି
ପଡ଼ିଛି କବିତା ବିଷୟ ପୁଣି "ନୋଟ୍",
ନିର୍ବାଚନ ରାଲି ରେ ବୁଲି ବୁଲି ହେମା
ନୋଟ୍ ଦେଇ ଗୋଟେଇଛୁ ବହୁ ଭୋଟ୍ ।
ସତରେ ନୋଟ୍ ଲଗେଇଛି ନାଟ
ନୋଟ୍ ନଥିଲେ ଭୋଟ ମିଳୁନି
ସମ୍ପର୍କେ ନୋଟ୍ ପାଈଁ ପଡୁଛି ଫାଟ,
ପାଠ ପଢି ପିଲା ଫେଲ୍ ହୁଅନ୍ତି
ନୋଟ୍ ବଦଲେ ମିଳେ ସାର୍ଟିଫିକେଟ ।
ମେଧାବୀ ଯୁବକ ଚାକିରୀ ପାଉନି
କରୁଛି ସାଇକେଲ ମାର୍ଟ।
ଅପାଠୁଆ ତେଣେ ପାଏ ସରକାରୀ ଚାକିରୀ
ପକେଇ ବଣ୍ଡଲ ବଣ୍ଡଲ ନୋଟ୍ ।
ପୁଲିସ୍ ଠୁ ନେଇ ପ୍ରଶାସନ ଯାଏଁ
ନୋଟ୍ ଦେଖିଲେ ଖୋଲାନ୍ତି ଗଳା ବାଟ,
ଠିକାଦାର ବିଲ୍ ରେ ନୋଟ୍ ବାଜିଲେ
ଯନ୍ତ୍ରୀ ମଞ୍ଜୁର କରନ୍ତି ଫଟାଫଟ ।
ଶବଦ ମିଳୁନି ନୋଟ୍ ବିଷୟେ ଲେଖିବାକୁ
ମନେ ଚିନ୍ତି ପାଞ୍ଚିଲି ଗୋଟେ ବାଟ,
ପରୀକ୍ଷା ଖାତାରେ ଶୀର୍ଷକ ଲେଖି
ତଳେ ଯୋଖିଦେଲି ଗୋଟେ ସହେ ଟଙ୍କିଆ ନୋଟ୍ ।