STORYMIRROR

Sriya Pattnaik

Tragedy

3  

Sriya Pattnaik

Tragedy

ଭାଂଗିଲା ସପନ

ଭାଂଗିଲା ସପନ

1 min
233

ସରିଗଲା ଆଜି ,

ହାରିଗଲି ବାଜି ।

ତୁମକୁ ଜୀବନ ସାଥୀ ପାଇଁ

କରି ନ ପାରିଲି ରାଜି ॥୧

ଅଗଣିତ ସପନ

ଭାଂଗିଲା ନିମିଷେ ।

ପ୍ରେମ ଫୁଲ ପାଖୁଡା

ଝଡି ପଡେ ବତାଷେ ॥୨

ଆଶାର ସଂସାର

ହୋଇଲା ବାଲିଘର ।

ଦରିଆ ଜୁଆର ପରି

ଧୋଇନେଇ ଗଲା ବହୁ ଦୂର॥୩

ଏତେ ସବୁ ଝଡ ଝଂଜା

ଯଦି ଥିଲା ମୋ ଜୀବନେ।

କାହିଁ ଦେଲ ପ୍ରଭୁ ପ୍ରେମ

ଏ ଅଭାଗା ର ମନେ ॥୪

ପ୍ରେମ ବୋଲି ଶବଦଟେ

ଲିଭି ଯାଉ ଏ ସଂସାରୁ ।

ମୋ ପରି ଆଉ କେହି ଯେପରି

ନ ମରୁ ପ୍ରେମ ଦାଉରୁ ॥୫

                     


Rate this content
Log in

Similar oriya poem from Tragedy