ପେନସିଲ୍
ପେନସିଲ୍
ଧଳା ଧଳା କାଗଜ ଫର୍ଦ୍ଦ ସବୁ
ଜୀବନର ପ୍ରତିଟି ମୁହୂର୍ତ୍ତ ପରି
ଅଭିଜ୍ଞତାର ଗୋଟି ଗୋଟି ଶଦ୍ଦ
ଲେଖୁଥିଲି ସ୍ୟାହି କଳମକୁ ଧରି ।
ପେନସିଲ୍ ଛାଡ଼ି ଏବେ କଲମ କୁ ଧରି
ଲାଗୁଛି ଛୋଟରୁ ଏବେ ବଡ଼ ମୁଁ ହୋଇଛି
ମନେ ମନେ ଭାରି ଖୁସି ହୋଇ
ଯାହା ଇଚ୍ଛା ମନେ ଲେଖି ମୁଁ ଦେଉଛି ।
ଜୀବନର କିଛି ଫର୍ଦ୍ଦ
ସ୍ୟାହି କଳମରେ ଲେଖିଗଲା ପରେ
ଇଚ୍ଛା ହେଲା ପୁର୍ନବାର
ଭୁଲ ଭଟକାକୁ ସୁଧାରି ଲେଖିବାରେ ।
ଚେଷ୍ଟା କଲେ ବି ଅନେକ
ବିଫଳ ଲେଖା ସବୁ ଲିଭିବାରେ
ମନେ ପଡେ ସେହି ପେନସିଲ୍ ଭାରି
ସୁଯୋଗ ଦେଉଥିଲା ଭୁଲ ସଜାଡ଼ିବାରେ ।
ଆଜିଠୁ ଜୀବନର ସବୁ ଲେଖା
ସ୍ୟାହି କଳମରେ ଲେଖିବାକୁ ହେବ
ନାହିଁ ସେ ପିଲାଦିନ ଆଉ ଯାହା
ସବୁ କରିଥିବା ଭୂଲ୍ ରୁ କ୍ଷମା ପାଇହେବ ।
