STORYMIRROR

Sriya Pattnaik

Inspirational

3  

Sriya Pattnaik

Inspirational

ସବୁ ଠିକ୍ ଚାଲିଛି

ସବୁ ଠିକ୍ ଚାଲିଛି

1 min
215


ଛାମୁ କହୁଛନ୍ତି ବାବୁ ପାଣ୍ଡିଆ,

ରାଜ୍ୟ ରେ କଣ ସବୁଠି ଶଙ୍ଖ ଶବଦ ଶୁଭୁଛି

ପଦମ ବି ଆଉ ଫୁଟୁନି କାଇଁ

ହାତ କୁ ବୋଧେ ଗେଣ୍ଡା କାଟି ଦେଇଛି ।

ତଦାରଖ କର ପଞ୍ଚମ ଟ କୁ ଲଗେଇ

କଣ ରାଜ୍ୟରେ ସବୁ ଠିକ୍ ଠାକ୍ ଚାଲିଛି

ହଁ ଛାମୁ ଖାଲି ଟିକିଏ ଭୋଟ ଜାଳି ସିନା କରିଛି

ନଚେତ୍ ଆଉ ସବୁ ଠିକ୍ ଚାଲିଛି ।

ପଞ୍ଚାୟତ ନିର୍ବାଚନରେ ବିରୋଧୀ ପାର୍ଥିଙ୍କୁ

ଅପହରଣ କରି ଆମ ଦଳ ସରପଞ୍ଚ ହୋଇଛି

ଆଉ କିଛି ପାର୍ଥି ଙ୍କୁ ନୋଟ ଓ

ଅମାନିଆ

ଙ୍କୁ ଛୁରାମାଡ ଚୋଟ ହୋଇଛି ।

ନଚେତ୍ ଆଉ ସବୁ ଠିକ୍ ଚାଲିଛି

ତା ପରେ ପୌର ନିର୍ବାଚନ ସୂତ୍ର ସମାନ

ମେୟର କର୍ପୋରେଟର ଆମ ଦଳ ଜିତିଛି ।

ପ୍ରଶାସନ ଙ୍କୁ ଆମ କର୍ମୀ ପରିକା

ନିର୍ବାଚନ ପ୍ରଚାର କରିଛି

ନଚେତ୍ ଆଉ ସବୁ ଠିକ୍ ଚାଲିଛି

ଛାମୁହେ ଆଉ ଗୋଟେ କାମ

କରିବି ବୋଲି ମନେ କଳ୍ପନା କରୁଛି ।

ଓଡ଼ିଶା ସରକାର ଚିହ୍ନ ଟା ପରିବର୍ତ୍ତନ କରି

ଶଙ୍ଖ ଚିହ୍ନ ଟା ବସେଇଦେବି ବୋଲି ଭାବୁଛି

ନଚେତ୍ ଆଉ ସବୁ ଠିକ୍ ଚାଲିଛି ।


Rate this content
Log in

Similar oriya poem from Inspirational