Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମାନବ ଜାତିର ପବିତ୍ର ଦିବସ

ମାନବ ଜାତିର ପବିତ୍ର ଦିବସ

2 mins
604



ମନେ ପଡ଼ିଯାଏ ଆଜିର ଦିନରେ

ଭୟାବହ ବିଶ୍ୱ ସମର ଦ୍ବୟ l


ମାନବ ଦୈତ୍ୟ ମାତିଲା ବୁହାଇ

ଧରା ବକ୍ଷେ ରକ୍ତନଦୀ ଓ ଲୁହ l


ବଳି ପଡ଼ିଗଲେ କେତେ ନରନାରୀ

ସାହା ହରାଇଲେ କେତେ ଜନତା l


ମାନବର ସ୍ଥିତି ନୁହେଁ ରକ୍ତପାତେ ବୁଝି

ଗଲା ଏହା ବିଶ୍ୱ ଜନତା l


ଉଣେଇଶ ପଇଁଚାଳିଶ ମସିହା

ଅଗଷ୍ଟ ଛଅ ରେ ଅଗଷ୍ଟ ଛଅ l 


ଈଶ୍ୱର ସୃଷ୍ଟ ବିଜ୍ଞ ମାନବ ଅଜ୍ଞ

ପ୍ରାୟେ ସେ କି କଲା କହ ।


ହିରୋସୀମା ବାସୀ ଚିତ୍କାର କଲେ

ଅଗ୍ନିର ଲହଡି ଆସିଲା ମାଡ଼ି l


ତାଣ୍ଡବ ରଚି ଅଜ୍ଞାନୀ ମାନବ ଅଣୁ

ବୋମାଟିଏ ଦେଲାକ ଛାଡ଼ି l


ଆକାଶୁ ଖସିଲା ଉଲକା ପିଣ୍ଡ ଟି

ଜ୍ଵାଳା ମୁଖି ଦେଲା ସରବ ଜାଳି l


ନିମିଷକେ ଆହା ଭଷ୍ମ ହୋଇଲା

ନଗର, ଅଟ୍ଟାଳି, ବଣ,ପଲ୍ଲୀ l


କ୍ରନ୍ଦନ ରୋଳେ ପୁରିଲା ଆକାଶ

ହାହାକାର ରବେ ପୁରିଲା ପୃଥ୍ଵୀ l


ପୋକ ମାଛି ପ୍ରାୟେ ଲକ୍ଷେ ଜନତା

ନିମିଷେ ଗଲେ ଭୁଇଁରେ ଲୋଟି l


ନର ପିଶାଚ ତୃଷ୍ଣା ମେଣ୍ଟିଲାନି ପାଉଁଶ

ହୋଇଲା ସେ ନାଗାସାକି l


ଅହି ଜିହ୍ୱା ଲହ ଲହ ବୁଲୁଥିଲା

ହିରୋସୀମା ପରେ ପଡ଼ିଲା ଆଖି l


ତିନି ଦିନ ପରେ କାଳ ଦିନ ଥିଲା

ଅଗଷ୍ଟ ନଅ ରେ ଅଗଷ୍ଟ ନଅ l


ହିରୋସୀମା ପରେ ବମ୍ ପଡିଲା

ବିଶ୍ୱଜନେ ଦେଇ ଚରମ ଭୟ l


ନିମିଷେ ହୋଇଲା ଧ୍ବଂସ ସ୍ତୁପ ସେ

ସରସ ସୁନ୍ଦର ସହର ଗୋଟି l


ଜଳିଲା ସର୍ବ ମୃତ ଅସୁମାରୀ କାନ୍ଦୁ

ଥିଲେ ଶିଶୁ ଭୂମିରେ ଲୋଟି l


ବିଜ୍ଞାନ ଜ୍ଞାନେ ବିଜ୍ଞାନୀ ବୋଲାଅ

ଏହା କି ତୁମର ବିଜ୍ଞାନ ବୁଦ୍ଧି ।


ଚିନ୍ତା ନାୟକ ଚିନ୍ତିଲେ ବସି ଏତେ

ଦିନକରେ ସ୍ଫୁରିଲା ବୁଦ୍ଧି l


ହୁଅ ହୁସିଆର ହୁଅ ରେ ତିଆର ଏ

ଧ୍ବଂସ ଲୀଳାରୁ ଲଭ ଶିକ୍ଷା l


ବିଜ୍ଞାନର ଜ୍ଞାନ ମାନବ କଲ୍ୟାଣେ

ଏବେ ଠୁଁ ଏହା ହେଉ ଦୀକ୍ଷା l


ବିଶ୍ୱ ଭ୍ରାତୃତ୍ୱେ ସହାବସ୍ଥାନେ ବିଶ୍ୱେ

ବଜାଇ ରଖିବା ଶାନ୍ତି l


ଶାନ୍ତିରେ ହେବ ବିଶ୍ୱ କଲ୍ୟାଣ ଯୁଦ୍ଧେ

ନୋହିବ ମାନବ ସ୍ଥିତି l


ମାନବ ଜାତିର ପବିତ୍ର ଦିନଟି ଏହି

ଅକଟୋବର ଚବିଶ l


ଜାତିସଂଘର ଜନ୍ମ ହୋଇଲା ସାଲ

ଉଣେଇଶ ପଇଁଚାଳିଶି l


ମାନବ ଜାତିର ଏ ମହା ମନ୍ଦିର

ବିଶ୍ୱେ ପ୍ରଚାରେ ବିଶ୍ୱ ସ୍ଥିତି l


ଅହିଂସା,ଭ୍ରାତୃତ୍ୱ,ଶାନ୍ତି,ବିଶ୍ୱ ମୈତ୍ରୀ,

ବିଶ୍ୱଜନ ପ୍ରୀତି ଯାହା ନୀତି l


          


Rate this content
Log in

Similar oriya poem from Inspirational