STORYMIRROR

ABADHOOT PANDA

Inspirational Others

4  

ABADHOOT PANDA

Inspirational Others

ପ୍ରେମର ଉତ୍କର୍ଷତା

ପ୍ରେମର ଉତ୍କର୍ଷତା

2 mins
319

    

ମାନସ କନ୍ୟା ସେ ମୋର ମାନସୀ ଆଉ ପ୍ରେୟସୀ

ନା ତାର ରୁକ୍ମିଣୀ ସ୍ୱର୍ଗର ନୁହେଁ ସେ କିନ୍ତୁ ରସ ରକ୍ତ

ମାଂସରେ ନିର୍ମିତ ଏକ ମାନବୀ ରୂପସୀ ଯାହାକୁ

ମୁଁ ପାଇଛି ଭଲ ସଂସାର କରଣେ ଅଭିଳାଷୀ ll


ଆସିଥିଲା ସେଦିନ ସେ ନିଜ କଳ ଗାଡ଼ି ଚଢ଼ି

ଦେବାକୁ ପ୍ରଣୟ ଭେଟି ମୋତେ ଭେଟି ଘରେ

ଛଢ଼ାଇ ନେଇଥିଲି ତାର ବକ୍ଷୁ ସେଇ ଉପହାର

ପ୍ରଣୟୀ ନିୟମେ ଭାବି ସତେ ଏକ ତାକୁ

ଗୋଲାପ କଢ଼ି ll


ନେଲ ପଲିସ ବୋଳା ନଖେ କେଞ୍ଚି ଥିଲା ମୋର

ପୃଷ୍ଠ ଆଲିଙ୍ଗନ ବଦ୍ଧ ବେଳେ ମୋର ବାରଣ

ସତ୍ୱେ ଉପଭୋଗ କରିବାକୁ ତାର ପ୍ରଣୟ

ଆବେଗ ପ୍ରାକବୈବାହିକେ ଗାତ୍ର ମିଳନେ

ହୋଇଣ ସେ ଆତୁର ll


ଦେଇଥିଲି ତାକୁ ମୁଁ ଉପଦେଶ ନହେବାକୁ

ଭାବାତୁରା କେଵେକ ଯୌବନ ଉନ୍ମାଦନେ

ରତି କାତର, ପଡ଼ିଛି ଏକ ଲମ୍ବା ଭବିଷ୍ୟତ

ଆମର କର ଅପେକ୍ଷା ନହୋଇ କେବେ

କାତର ll


ଉପଢୌକନ ମାନ ଦେଇଥିଲା ରଖି ତେଣୁ

ହୋଇ ରାଗ ଗର ଗର ଅତନୁ ତାଡ଼ନେ ମୋର

ବୈଠକ ଘରେ ଉନ୍ମୁକ୍ତ କେଶ ରାଜି ପ୍ରଖ୍ୟାଳନ

ପୂର୍ବକ ଦର୍ପଣେ ପାନିଆ ଧରି ଛିଞ୍ଚି ହସ ରେଣୁ ll


ମୋବାଇଲ ସ୍ପର୍ଶେ ଭୁଲାଇ ଦେଲି ତାର

କୁମାରୀ ମନକୁ ସତ୍ୱର ଦେଇ ଖୋଲି

ଆକାଶଜାଲ ଦେଖାଇଥିଲି ତାକୁ ଆର୍ଯ୍ୟ

ପ୍ରଣୟୀ କଳାକୁ ସୁଚାରୁ ରୂପେ ଶିଖିବାକୁ

ପ୍ରକୃତ ପ୍ରଣୟୀ ଭାଷାକୁ ରଙ୍ଗୀନ କରଣାର୍ଥେ

ଅଶରୀରୀ କାମ କଳାକୁ l


ପଚାରିଲି ଚାଲ ଯିବା ଆମ ବଜାର ଆଡ଼େ

ବୁଲି ଆସିବା କିଣି ଫଳ ମୂଳ ବସ ମୋ

ଗାଡ଼ିରେ, କହି ଏତିକି ମୁଁ ସାଉଁଳାଇ ଦେଲି

ଉନ୍ମୁକ୍ତ କବରୀ ରୁକ୍ମିଣୀର ସରାଗ ଢେଉରେ ll


ଆଦ୍ୟ ରାଜ ସେବା ଆଉ ଆଦ୍ୟ ପ୍ରେମିକା

ଲଭେ ମନ ମୋ ଥିଲା ଉତଫୁଲ୍ଲିତ ସଦା

ମନୋରଞ୍ଜନ ବ୍ୟାଲୁଳ ପସରା ଖୋଲି ଦେଇ

ଥିଲି ତାର ଆଗେ ହୋଇ ମୁହିଁ ଆଜ୍ଞା ବକା ll


ବଜାର ବୁଲା ସାରି ହୋଇଥିଲି ସଜ ଯିବାଜୁ

ମୋର କର୍ମ କ୍ଷେତ୍ରେ ମାତ୍ର ନାଛୋଡ଼ ବନ୍ଦା

ଥିଲା ସେ ଦେଇଥିଲା ଖୋସି ଏକ ରକ୍ତ

ଗୋଲାପ ମୋ ବକ୍ଷ ପରିଧାନ ବୋତାମେ 

ମୁରୁକି ହସି ବେଣୀ ହଲା ସଙ୍ଗେ ସ୍ଵହସ୍ତକୁ ll


ମୋଟର ସାଇକେଲ ମୋର ସ୍କୁଟି ତାର

ଚାଲିଲା ଛୁଟି ରାଜ ପଥେ ରଖି ସାମଞ୍ଜସ୍ୟ

ଅର୍କ କ୍ଷେତ୍ର ମୁଖେ ପରିଦର୍ଶନ ଉପଲକ୍ଷେ

ଆଦିରସେ କାମ କଳା ପୂର୍ଣ୍ଣ ମନ୍ଦିର ଗାତର l


ରତି ବନ୍ଧ ସ୍ଥାପତ୍ୟ କଳାରେ ଶୋଭିତ

ସେଇ ଆମ ଅର୍କ ମନ୍ଦିର ଉଦ୍ରେକ କଲା

ଆମ ପ୍ରଣୟ ଯୁଗଳ ଚିତ୍ତେ ଲଭିବାକୁ

ପ୍ରତ୍ୟକ୍ଷ ଜ୍ଞାନ କାମ ଶାସ୍ତ୍ରର ନହୋଇ

କୁଣ୍ଠିତ l


ମାତ୍ର ଅନୁଶାସନେ ବନ୍ଧା କୌମାର୍ଯ୍ୟ ଆମ

ଚାହୁଁ ନଥିଲା କେବେ ହେବାକୁ ଲୁଣ୍ଠିତ

ବେଦୀ ହୀନ ଭାବେ ମୁରବୀ ବିହୁନେ

ଅର୍କ କ୍ଷେତ୍ରେ ହୋଇ ଶଯ୍ୟାଗତ, କିନ୍ତୁ

ହେଲୁ ଆମେ ଦୁହେଁ ପ୍ରତିଶ୍ରୁତି ବଦ୍ଧ 


ରୁକ୍ମିଣୀ ମୋର ପବିତ୍ର ପ୍ରେୟସୀ ଉପେକ୍ଷା

ନଥିଲା କରି ମୋର ନୈତିକ ଆଦର୍ଶ ଆଉ

ଅନୁଶାସନ ଯୁକ୍ତ ଭରା ଯୌବନ କେବଳ

ଦେଇଥିଲା ଏକ ସରୁ ଚୁମ୍ବନ ଓଠ ରଙ୍ଗ

ମିଶା ମୋ ଗଣ୍ଡ ଯୁଗଳେ ଆଉଁସି ମୋ ଶିର

ପ୍ରଦର୍ଶନ କରି ତାର ପ୍ରେମର ଭାଷା ମାତର

ଆଲିଙ୍ଗନ ସୂତ୍ରେ ଆପ୍ୟାୟିତ ll


କହିଥିଲା ମୋତେ ସେ, ତୁମେ ମୋର

ଅଟ ଆଦ୍ୟ ପ୍ରେମିକ ଆଉ ଜୀବନ ଯାତ୍ରାର

ସହପଥିକ ରୋକିଯିବା ଦୁହେଁ ଆଜିଠୁ

ଆତ୍ମ ସଂଯମେ ନଖସାଇ ଗୋଡ଼ ଆମ

ପଙ୍କିଳ କାମ ବିକାର ଗ୍ରସ୍ତ ଭବ ସରୋବରେ

ବିବାହ ପୂର୍ବରୁ କାହିଁକି ନା ତୁମେ ମୋର ଆଉ

ମୁଁ ଯେ କେବଳ ତୁମର ଏକବ୍ରତା ପ୍ରେମିକା

ଶକୁନ୍ତଳା ସଦୃଶ ଆତ୍ମିକ ସତ୍ତା ଆଧାରିତ

ଆଧୁନିକ ମର୍ତ୍ତ୍ୟ ଜଗତେ ସାଜି ସତ୍ୟ ପ୍ରଣୟୀ

ଯୁଗଳ ଅବିରତ l

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational