STORYMIRROR

Secret Superstar

Inspirational

4  

Secret Superstar

Inspirational

ସଂଘର୍ଷ

ସଂଘର୍ଷ

1 min
267

ଯେବେ ତୁମକୁ ଜଣାଥାଏ 

        ସଂଘର୍ଷ ହିଁ ଜୀବନ ଅଟେ 

  ଆଉ ପ୍ରତିଟି ସଫଳତାର ପଛେ 

  କେବଳ ହିଁ କେବଳ ସଂଘର୍ଷ ର ହାତ ଥାଏ 

ତେବେ ସଫଳତା ଠୁ ବେଶୀ 

           ସଂଘର୍ଷ ତୁମର ନିଜର ହୋଇଉଠେ 

   ଆଉ ଏହି ଆଗ୍ରହ ହିଁ 

    ଜୀବନକୁ ବିବଶରେ ପକାଇଦିଏ 

ଆଉ ସବୁବେଳେ ମନ 

      ସଂଘର୍ଷ କୁ ଆପଣେଇବା ପାଇଁ 

 ଆରାମ ଠୁ ବହୁତ ଦୂରେଇବାକୁ ଚେଷ୍ଟା କରେ 

      କିନ୍ତୁ ଏହି ସଂଘର୍ଷକୁ ବାଛିବା ଭିତରେ 

          ମନ ଭୁଲିଯାଏ 

         ନିଜର ଲୋକଙ୍କୁ କେବେ 

      ଯେ ସେମାନେ ବି ଅଛନ୍ତି ତା ସାଥିରେ ।


ଆଉ ଯେବେ ମନେପଡେ

     ପୁଣି ପଛକୁ ସେ ଫେରିଆସେ 

ନିଜର ଅନିଛ୍ଛା ସତ୍ତ୍ବେ 

କାହିଁକି ନା ମନ କୁ ଜଣାଥାଏ 

  ନିଜକୁ କଷ୍ଟ ଦେବାର ଅଧିକାର ସିନା ତାର ଥାଏ 

 କିନ୍ତୁ ନିଜର ଆପଣାର ପ୍ରତି 

      କିପରି ସଂଘର୍ଷ ର କଥା ସେ ଭାବିପାରେ ।


ଆଉ ଯେବେ ସେ ସଂଘର୍ଷର ପଥରୁ 

           ପଛକୁ ଫେରିଆସେ 

 ପାଗଳ ପରି ହୋଇଯାଏ 

  ପୁଣି କେଉଁଆଡ଼େ ଯିବ ସେ 

ଯେଉଁଠି ସେପରି ସଂଘର୍ଷ ପାଇବ ସେ 

   କାହିଁକି ନା 

ସଫଳତା ତା ହାତରେ ନଥାଇପାରେ 

ତାର ଅତୀତ ସୁଖଦ ଥାଇପାରେ 

  କିନ୍ତୁ ବର୍ତ୍ତମାନ ସେ କିପରି 

 ସଂଘର୍ଷର ପଥ ଛାଡିପାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational