STORYMIRROR

Secret Superstar

Inspirational

3  

Secret Superstar

Inspirational

ଅର୍ଜୁନ ହେବାକୁ ମୁ ପ୍ରସ୍ତୁତ

ଅର୍ଜୁନ ହେବାକୁ ମୁ ପ୍ରସ୍ତୁତ

1 min
134

କିଏ କହେ ଧର୍ମ ଆଜି ବିପଦ ରେ 

     ଲଢିବାକୁ ହେବ ଧର୍ମ ପାଇଁ ପୁଣିଥରେ 

    ହେବ ପୁଣି ମହାଭାରତ 

    ବିନାଶ ହେବେ ସଭି ଦୁଷ୍ଟ 

ଏହା ଯଦି ସତ 

     ଅର୍ଜୁନ ହେବାକୁ ମୁ ପ୍ରସ୍ତୁତ...

   ତା ପୂର୍ବ ରୁ କହିବ କି କିଏ 

   କେଉଁଠି ଅଛନ୍ତି ସଖା କୃଷ୍ଣ ମୋର

   ଯେ ସାଜିବେ ସାରଥୀ ମୋ ରଥର ।।


ଜାଣିବି କିପରି କେ ଦୁଷ୍ଟ କେ ବା ସନ୍ଥ 

         ବୁଝାଇବ କିଏ ଗୀତା ର ଅମୃତ 

 କହିପାର ତୁମେ ...

       ଶ୍ରୀକୃଷ୍ଣ ଅଛନ୍ତି ସଭିଙ୍କ ହୃଦୟେ ..

 ତେବେ ମୋ ପ୍ରଶ୍ନର ଉତ୍ତର ଦିଅ 

         ଦ୍ବାପରେ ଶ୍ରୀରାମ ନଥିଲେ କି ସଭିଙ୍କ ହୃଦୟ 

 ତେବେ କିବା ଥିଲା ଶ୍ରୀକୃଷ୍ଣ ଙ୍କ ପ୍ରୟୋଜନ...

          କାରଣ ଯୁଗେ ଯୁଗେ ଜୀବନ୍ତ ଆଦର୍ଶ     ଦେଇପାରନ୍ତି ସଠିକ୍ ମାର୍ଗ ଦର୍ଶନ 

  ଅର୍ଜୁନ ହେବାକୁ ମୁ ପ୍ରସ୍ତୁତ...

   ତା ପୂର୍ବ ରୁ କହିବ କି କିଏ 

   କେଉଁଠି ଅଛନ୍ତି ସଖା କୃଷ୍ଣ ମୋର

   ଯେ ସାଜିବେ ସାରଥୀ ମୋ ରଥର ।।


ହିନ୍ଦୁ ମୁସଲିମ ଖ୍ରୀଷ୍ଟିୟାନ 

        ସଭିଏଁ ନିଜ ନିଜର ପ୍ରଚାର ରେ ମଗ୍ନ 

 ଜୀବନ୍ତ ଆଦର୍ଶ କୁ ଭୁଲି 

      ପରଷ୍ପରକୁ ଭାବନ୍ତି ଶତ୍ରୁ ପରି 

  ବାଦବିବାଦ ଭୁଲି ...

       ଆସନ୍ତୁ ଖୋଜିବା କେଉଁଠି ପ୍ରଭୁ ଆମରି 

   ଜନ୍ମିଛନ୍ତି ସେ ଜଗତ ପାଳକ କେଉଁ ରୂପେ 

          ପୁଣି ମହମ୍ମଦ ଯୀଶୁ ଭାବେ 

  ଅର୍ଜୁନ ହେବାକୁ ମୁ ପ୍ରସ୍ତୁତ...

   ତା ପୂର୍ବ ରୁ କହିବ କି କିଏ 

   କେଉଁଠି ଅଛନ୍ତି ସଖା କୃଷ୍ଣ ମୋର

   ଯେ ସାଜିବେ ସାରଥୀ ମୋ ରଥର ।।


  ୟଦା ୟଦା ହି ଧର୍ମସ୍ଯ ଗ୍ଲାନିର୍ଭବତି ଭାରତ 

  ଅଭ୍ଯୁତ୍ଥାନଂଧର୍ମସ୍ଯ ତଦାତ୍ମନଂ ସୃଜାମ୍ଯୁହମ୍ 

  ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ୍ 

   ଧର୍ମସଂସ୍ଥାପନାଥାୟ ସମ୍ଭବାମି ଯୁଗେ ଯୁଗେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational