STORYMIRROR

Secret Superstar

Tragedy Inspirational Others

4  

Secret Superstar

Tragedy Inspirational Others

ଖୋଜୁଛି ଏପରି ଏକ ପରିବାରଟିଏ

ଖୋଜୁଛି ଏପରି ଏକ ପରିବାରଟିଏ

2 mins
278

ମୁ ଖୋଜୁଛି ଏପରି ଏକ ପରିବାର ଟିଏ 

 ଯେଉଁ ପରିବାରରେ 

ଶାଶୁ ନିଜ ବୋହୁକୁ କହୁଥିବ ... ମୁଁ ବାଛି ଆଣିଥିବା ଭଲ ବୋହୁଟିଏ 

ଆଉ ବୋହୂ ଶାଶୁ କୁ କହୁଥିବ ମୋ ମାଆ ଠୁ ନିଜର ମଣିଷ ଟିଏ ...

ନଣନ୍ଦ ଭାଉଜକୁ କହୁଥିବ ...ମୋ ଭାଇ ଠୁ ଭାଉଜ ଭଲ ଅଟେ 

ଆଉ ଭାଉଜ ଭାବୁଥିବ ମୋ ନଣନ୍ଦ ଭଉଣୀ ଠୁ ନିଜର ଅଟେ ..

କେମିତି କହିବି ସେ ଏକା ଖରାପ ଅଟେ 

ଯେବେ ଆଜି ଯାଏଁ ପାଇଲିନି ଏପରି ସଂପର୍କ ଟେ 

ପୂରା ଦୁନିଆ ପାଇଁ ଭଲ ହେଉଥିବା ମଣିଷ ଟେ 

ଖରାପ ବନିଯାଏ ନିଜ ପରିବାର ପରିବେଶେ 

ବଡ ବିଚିତ୍ର ଏ ସଂପର୍କ ପରିବାରର 

ଆପଣାର ହୋଇ ବି ସଭିଏଁ ଏଠି ପର ।।


ଖୋଜୁଛି ଏପରି ପରିବାର ଟିଏ 

ଯେଉଁଠି ଭାଇ କହୁଥିବ ମୋ ଭାଇ ପରି ମୋ ବନ୍ଧୁ ନାହିଁ କିଏ 

ନୁହେଁ ବାଲ୍ୟଅବସ୍ଥା ରେ ବରଂ ବିବାହ ପରେ 

କିନ୍ତୁ ଏଠି ଭାଇ ବନିଯାଏ ଭଗାରି ଚିର ଶତ୍ରୁ ପରି ଯେ 

ଦୁନିଆର ସଭିଙ୍କ ଆପଣାର ମଣିଷ ଟେ 

ପର ବନିଯାଏ ନିଜ ରକ୍ତ ପାଖରେ 

କେମିତି କହିବି ସେ ଏକା ଖରାପ ଅଟେ 

ଯେବେ ଆଜି ଯାଏଁ ପାଇଲିନି ଏପରି ସଂପର୍କ ଟେ 

ବଡ ବିଚିତ୍ର ଏ ସଂପର୍କ ପରିବାରର 

ଆପଣାର ହୋଇ ବି ସଭିଏଁ ଏଠି ପର ।।


ବିବାହ ସଂପର୍କ ରେ ଏକାଠି ହୁଏ ଦୁଇ ପରିବାର 

ଖୋଜି ଖୋଜି ବାଛେ ଏକ ସୁନ୍ଦର ଘର ପରିବାର 

କିନ୍ତୁ ବୁଝିହୁଏନା ଖୋଜିଥିବା କାଲିର ସେ ସୁନ୍ଦର ପରିବାର

ବିବାହ ପରେ ବନିଯାଏ ଖରାପ ଲୋକ ଦୁନିଆର 

ଜଣେ ଜଣକ ର ଭଲ ଟିକୁ ଛାଡି 

ଶିଖିଯାଏ ଭୁଲ୍ କିପରି ବାଛିବାକୁ ହୁଏ 

କେମିତି କହିବି ସେ ଏକା ଖରାପ ଅଟେ 

ଯେବେ ଆଜି ଯାଏଁ ପାଇଲିନି ଏପରି ସଂପର୍କ ଟେ 

ବଡ ବିଚିତ୍ର ଏ ସଂପର୍କ ପରିବାରର 

ଆପଣାର ହୋଇ ବି ସଭିଏଁ ଏଠି ପର ।।


ବେଳେବେଳେ ଭୟ ଲାଗେ ଏ ସଂସାର ଏ ପରିବାର 

ଈଛାହୁଏ ଛାଡି ଚାଲିଯିବାକୁ କରି ସଭିଙ୍କୁ ପର 

ସତରେ ଠିକ୍ କଥା ସେ ଋଷିଙ୍କର 

ସବୁକିଛି ଏଠି ମିଛ ମାୟା ସଂସାର 

ନୁହେଁ ଏଠି କେ ନିଜର

ଆଉ ଚାହେଁନା ଜନ୍ମିବାକୁ କେବେ କେଉଁ ପରିବାରେ 

ପାରି କର ପ୍ରଭୁ ମୋତେ ଏ ଭବ ସଂସାରୁ ଏବେ 

କେମିତି କହିବି ସେ ଏକା ଖରାପ ଅଟେ 

ଯେବେ ଆଜି ଯାଏଁ ପାଇଲିନି ଏପରି ସଂପର୍କଟେ 

ବଡ ବିଚିତ୍ର ଏ ସଂପର୍କ ପରିବାରର 

ଆପଣାର ହୋଇ ବି ସଭିଏଁ ଏଠି ପର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy