STORYMIRROR

Secret Superstar

Romance

4  

Secret Superstar

Romance

କେବଳ ଆଜି ପାଇଁ

କେବଳ ଆଜି ପାଇଁ

1 min
20

ପ୍ରଥମ ଥର କେବଳ. ..ଆଜି ପାଇଁ ....

  ରହନା ତୁ ସୁରୁଜ ...

ନପାହୁ ରାତି ...ନହେଉ ସକାଳ ...

ଥାଉ ସେମିତି ...ଚାନ୍ଦ ଆକାଶ ରେ ମୋର ....

ପ୍ରଥମ ଥର ...କେବଳ ପ୍ରଥମ ଥର 

  କେବଳ ଆଜି ପାଇଁ ...।।


କହନା ତୁ କହ ...

     କିପରି କରିପାରେ ସେ ଚାନ୍ଦ କୁ ପର ...

 ସେ ଚାନ୍ଦ ସିନା ବଡ ସ୍ବାର୍ଥପର ...

 ସାଥ୍ ଦିଏ ଘନ ଅନ୍ଧକାରେ....

   ଯାଏ ଦୂର କରି ପର

 ପଡିଲେ ଆଲୋକ ମୋ ଜୀବନରେ ...

ନପାହୁ ରାତି ...ନହେଉ ସକାଳ ...

ଥାଉ ସେମିତି ...ଚାନ୍ଦ ଆକାଶେ ମୋର ...

ପ୍ରଥମ ଥର ...ପ୍ରଥମ ଥର 

  କେବଳ ଆଜି ପାଇଁ ....।।


ହେଇପାରେ ସୁରୁଜ ଆଧାର ସକଳ ସୁଖର .....

ମାନୁଛି ମୁଁ ...ଥିଲି ବି ଅପେକ୍ଷା ରେ ସଭିଙ୍କ ପରି ମୁଁ 

ପାହିବ ରାତି ଆସିବ କେବେ ସକାଳ ...।

ଥିଲି ମୁ ପାଗଳ ....

     ପାରିନଥିଲି ବୁଝି ପ୍ରେମ ଚାନ୍ଦ ର ...

ଆଜି ବି ମୁ ପାଗଳ ...

      ଚାନ୍ଦ only ପ୍ରେମରେ ତୋର ...

ଅଛି ଯଦି ନିୟମ ...

     ପାହିଲେ ସକାଳ ଚାନ୍ଦ ରହିବ ନୀରବ ...

ନପାହୁ ରାତି ...ନହେଉ ସକାଳ ...

ଥାଉ ସେମିତି ଚାନ୍ଦ ଆକାଶେ ମୋର ...

ପ୍ରଥମ ଥର..ପ୍ରଥମ ଥର.

  କେବଳ ଆଜି ପାଇଁ ...।।


ପ୍ରିୟା ମୋର ବଡ ବେଇମାନୀ...

             ବଡ ସ୍ବାର୍ଥପର ..   

ନେଇଯାଏ ମୋତେ ତା ପ୍ରେମରେ ଟାଣି .....

           ଆସିଲେ ଦୁଃଖ ଜୀବନେ ମୋର ...

ଚାଲିଯାଏ ଦୂର ...କରି ମୋତେ ପର ....

   ଦେଖି ଖୁସି ଆସୁଥିବାର

ସେ ଖୁସି କାହା ପାଇଁ ...

      ଯେଉଁଥିରେ ପ୍ରିୟା ମୋ ନାହିଁ ...

ଦୁଃଖରେ ଯଦି ହୁଏ ସେ ସାଥୀ ...

        ଦୁଃଖ ବାଟ ମୁ ରହିଛି ଚାହିଁ .....

ନପାହୁ ରାତି ...ନହେଉ ସକାଳ ...

ଥାଉ ସେମିତି ..ଚାନ୍ଦ ଆକାଶରେ ମୋର ....

ପ୍ରଥମ ଥର ...ପ୍ରଥମ ଥର

  କେବଳ ଆଜି ପାଇଁ ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance