STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ଚାନ୍ଦ କଇଁ ପ୍ରୀତି

ଚାନ୍ଦ କଇଁ ପ୍ରୀତି

2 mins
347


ଚାନ୍ଦ କଇଁ ପ୍ରୀତି ଯୁଗ ଯୁଗ ଧରି 

ପ୍ରେମ ତାଙ୍କ ଚିରନ୍ତନ 

ଅଭେଦ୍ୟ ସେ' ପ୍ରୀତି ପ୍ରେମର ମହକ

ପ୍ରାୟତଃ ନିରବଚ୍ଛିନ୍ନ 

ନିରିମାଖି କଇଁ ପ୍ରେମରେ ବିଭୋର

ଦୂରେ ଥିଲେ ଥାଉ ଚାନ୍ଦ

ପ୍ରୀତିର ପରଶ ଧାରେ ଶିହରଣ

ସର୍ବାଙ୍ଗେ ଭରା ଆନନ୍ଦ

ଚକୋର,ଚୋକରୀ ଓ ଚାନ୍ଦ ଚରିତ୍ର

କଇଁ ଜାଣି ନିର୍ବିକାର

ଚାନ୍ଦ ପାଇଁ କଇଁ, କଇଁ ପାଇଁ ଚାନ୍ଦ

ବିଶ୍ୱାସ ଅଛି କଇଁ ର 

କାନ କୁହା ଅବା ଉଡ଼ା କଥା ଧାରେ

କଇଁ ନୁହେଁ ବିଚଳିତ 

ଚାନ୍ଦ ପାଇଁ କିଏ ଝୁରୁ ବା ନ ଝୂରୁ

କଇଁ ସର୍ବଦା ଜାଗ୍ରତ


ଶ୍ୟାମଘନ ସମ କାହିଁ ଗଲେ ଚାନ୍ଦ

ଉଆଁସ ରାତିର ଧାରେ

କଇଁ ନିରିମାଖି ସଜ୍ଜଳ ନୟନେ

ପଥ ଚାହିଁ ପ୍ରାୟ ଝୁରେ

ଦୂରେ ଥାଇ ଭାବ ରହିଛି ଅତୁଟ

ପ୍ରବାଦରେ ପ୍ରେମ ଅନ୍ଧ

ସାରା ରାତି ଚେଇଁ ମନରେ ଲାଳସା

ଆବେଗ ହୃଦେ ଆନନ୍ଦ

ବିରହ ପରେ ହିଁ ମିଳନର ସ୍ଵାଦ

ପ୍ରେମ ସଂଜ୍ଞା ପରିଭାଷା

ଉଆଂସ ରାତିର ବିରହ ଜ୍ୱାଳାରେ

ଲାଜେ କଇଁ ଲୋକହସା

ଅନ୍ତର ବେଦନା କହିବ କାହାକୁ

ସର୍ବେ ପ୍ରାୟ ସ୍ବାର୍ଥ ପର

ଚାନ୍ଦ କଇଁ ପ୍ରୀତି ପ୍ରେମ ଭାବ କଥା 

କାବ୍ୟ କବିତାରେ ଗାର


ଚାନ୍ଦ କଇଁ ପ୍ରୀତି ପ୍ରାୟତଃ ଚର୍ଚ୍ଚାରେ 

ଏଇ ସୁନ୍ଦର ଧରାରେ 

ଏ ସୁନ୍ଦର ଧରା ଆହୁରି ସୁନ୍ଦର

ଲାଜୁଆ କଇଁ ହସରେ 

ଚାନ୍ଦ କଇଁ ମଧ୍ୟେ କେତେ ଯେ ଦୂରତା 

କେତେ ବିରହ ବେଦନା

ଲେଖନୀ ମୁନରେ ଅତି ନିକଟରେ

ସ୍ୱୟଂ କବି ଆନମନା

ଛାନ୍ଦ ଅଳଙ୍କାର ଉପମା ସହିତ

କବିତାରେ ଚାନ୍ଦ କଇଁ

କନ୍ଦାଇ କଇଁ କୁ କବିତା ପଙ୍କ୍ତି ରେ

ଚାନ୍ଦ ରହିଥାଏ ଚାହିଁ

କେବେ ପୁଣି କଇଁ କାନ୍ଦେ କଇଁ କଇଁ 

ଚାନ୍ଦ ହୋଇଲେ ଅଦୃଶ୍ୟ 

କେମିତି ସେ ଚାନ୍ଦ ବୁଝାଇ କହିବ 

ସୃଷ୍ଟିର ଏ ଉପହାସ


ହୃଦୟ ତଳର ଅବ୍ୟକ୍ତ ବେଦନା

କଇଁ କହିବା ଆଗରୁ

କାବ୍ୟ କବିତାରେ ଚାନ୍ଦ କଇଁ ପ୍ରୀତି

ରସ ଝରଇ ସେଥିରୁ

ଚାନ୍ଦ ଠାରୁ କେତେ ଦୂରେ କୁମୁଦିନୀ

ସହଜେ ଉଭୟେ ଜ୍ଞାତ 

ଝଲକ ମାତ୍ରକେ ପ୍ରୀତିର ମହକ

ସଞ୍ଚରି ଯାଏ ତ୍ୱରିତ


ପ୍ରେମୀ ଯୁଗଳଙ୍କ ଅତି ପରିଚିତ

ଚାନ୍ଦିନୀ ରାତିର ଚାନ୍ଦ

ପ୍ରେମିକା କୁ ଚାନ୍ଦ ଆସନେ ବସାଇ 

ପ୍ରେମିକ ପ୍ରାଣେ ଆନନ୍ଦ 

ହେ ପ୍ରେମୀ ଯୁଗଳ,ପ୍ରୀତି ଛନ୍ଦେ ଛନ୍ଦି

ଚାନ୍ଦ କଇଁ ଦୁହେଁ ବନ୍ଧା 

ଶାଶ୍ଵତ ପ୍ରେମ ହିଁ ସତ୍ୟ ଚିରନ୍ତନ

ଦୂରତା ର ନାହିଁ ବାଧା

ହୃଦୟରେ ପ୍ରେମ ଭାବ ରହୁ ସଦା

ଚାନ୍ଦ କଇଁ ପ୍ରୀତି ସମ

ପ୍ରେମ ହିଁ ଈଶ୍ୱର,ପ୍ରୀତି ଭକ୍ତି ଭାବ

ପ୍ରେମ ପ୍ରୀତି ଅନୁପମ

ଚାନ୍ଦ ର ଶୀତଳ କିରଣ ସ୍ପର୍ଶରେ 

ଆକର୍ଷିତ ଯେବେ କଇଁ

ପ୍ରୀତି ପୂର୍ଣ୍ଣ ବାକ୍ୟ ବିନିମୟ ଧାରେ

ପ୍ରେମ ହେଉ ଚିରସ୍ଥାୟୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract