STORYMIRROR

Soumyajit Panda

Romance

3  

Soumyajit Panda

Romance

ସ୍ଵାଗତ

ସ୍ଵାଗତ

1 min
27.5K


ସ୍ଵାଗତ

ମୁଁ ଡାକିବା ଆଗରୁ
ତୁମେ ଆସିସାରିଥିଲ
ହାଜିରା ଦେବାକୁ ଗତଥର ପରି।
ଏଥର ବି ତୁମେ ଆସିଛ
ଆସିଛି ତୁମସହ ଶୀତୁଆ ପବନ।
ତୁମେ ଭିଜାଇବ
ଅଝାଲ, ଆଈ
ଇଳା, ଈର୍ଷା, ଉଈ
ପରି ବର୍ଣ୍ଣବୋଧର ପ୍ରତ୍ୟେକ ଅକ୍ଷର।
ତାସହ ଭିଜାଇବ
ଜନପଦ, ସଚିବାଳୟ କୋଠାରୁ
ଆମ ଗାଁ ଶେଷମୁଣ୍ଡ ଶାରଦ କିଆରି।
ମୁଁ ଜାଣେ
ତୁମେ ଏଥର ବି ସ୍ପର୍ଶ କରିବ
ପତିତପାବନ ବାନାର ଶୁଷ୍କ ଦେହ
ଆଉ ଫଟା ମାଟିର ଦରଭଙ୍ଗା ମନ।
ଏଥର ବି ଦେବ ମନବୋଧ କରି
ଭିଜେଇବାର ଭରପୁର ଆଶ୍ଵାସନ।
ତୁମ ଛୁଆଁରେ ମୋ ସହର, ଗାଁ, ଜଙ୍ଗଲରେ
ପୁଣି ଥରେ ଉଲ୍ଲାସ ଉଚ୍ଚୈଶ୍ରବା
ଟାଣିବାକୁ ତତ୍ପର ପ୍ରଗତିର ଐନ୍ଦ୍ରିକ ରଥ।
ତୁମରି ଛୁଆଁରେ ପୁଣିଥରେ ହସିବ
ହିଡ଼ ମୁଣ୍ଡେ ବସିଥିବା ଅନାଦି ସାଆନ୍ତ।
ହେ ମୋର ଚିର ପ୍ରିୟତମା ବର୍ଷା
ତୁମକୁ ସାଦର ସ୍ଵାଗତ।

***

                      -ସୌମ୍ୟଜିତ ପଣ୍ଡା

                             କରଜଙ୍ଗା

                          9437610599


Rate this content
Log in

Similar oriya poem from Romance