STORYMIRROR

Soumyajit Panda

Others

3  

Soumyajit Panda

Others

ମୃତ୍ୟୁଲୋକର ପାରେ.....

ମୃତ୍ୟୁଲୋକର ପାରେ.....

1 min
25.6K


ମୁଁ ଖୋଜିବାକୁ ଆସିଛି
ଆସିଛି ଅନେକ ଦୂରରୁ,
ଖୋଜିବାକୁ ସ୍ଵାଧୀନତାର ଶାନ୍ତିସ୍ତୁପ
ଯୁଦ୍ଧର ହାହାକାର ଭିତରୁ
ଖୋଜିବି ଶାନ୍ତିର ବୀଜ ମନ୍ତ୍ର
କାଶ୍ମୀର ଠୁ କନ୍ୟାକୁମାରୀ ଯାଏ
ମନ୍ଦିର ଠୁ ମସଜିଦ ଯାଏ
ସିନ୍ଧୁ ଠୁ ଗଙ୍ଗା ଯାଏ
ଶାନ୍ତି ଶାନ୍ତି ଖାଲି ଶାନ୍ତି......।
କେଉଁଠି ଖୋଜିବି ତୋତେ ସ୍ବାଧିନତା,
ତୁ ତ ତିଆରି କାହାର ଅଧିନତା ପାଇଁ
କାହା ଠାରୁ ମୁକ୍ତ ହୋଇ
ପୁଣି କାହା ପଞ୍ଜୁରୀରେ ବନ୍ଦୀ ହେବାପାଇଁ ।
ତତେ କେଉଁଠି ଖୋଜିବି କହ
ନିସ୍ପେଷିତ ଲୁହରେ,
ସହିଦର ଲହୁରେ,
ସଦନ ନା ସଭାଗୃହ କାନ୍ଥରେ
ନିରୁପାୟ ହୋଇ ଝୁଲୁଥିବା
ଗାନ୍ଧୀ, ସୁଭାଷ ଅବା ପଟେଲଙ୍କ ମୁହଁରେ
କେଉଁଠି ଖୋଜିବି ତତେ......
ଫାଇଲ୍ ଗଦା ତଳେ ଅଣନିଶ୍ୱାସୀ ହେଉଥିବା
ସ୍ବାଧିନତା.......
ଅତଙ୍କବାଦର ତାଡ଼ନାରେ ପ୍ରତାଡ଼ିତ
ସ୍ବାଧିନତା........
ତୁମେ ମୁକ୍ତ ହୁଅ ଶେଷଥର ପାଇଁ
ଆଉ ପୁଣି କାହା ପାଶେ
ପଣ ବନ୍ଦୀ ନ ରହିବା ପାଇଁ ।
ତୁମେ ମୁକ୍ତିର କପୋତ,
ଉଡ଼ିଯାଅ ବହୁ ଦୂରେ,
ସଭିଙ୍କ ହାତ ପାହାନ୍ତାରୁ ଖୁବ୍ ଆଗକୁ
ମୃତ୍ୟୁଲୋକର ଆରପାରେ......।
          ***


Rate this content
Log in