ଧର୍ମପଦ
ଧର୍ମପଦ
1 min
13.5K
ଧର୍ମପଦ
କ'ଣ ଖୋଜୁଛ ଇତିହାସରୁ,
ଧର୍ମପଦ ସମାଧିର ଚନ୍ଦ୍ରଭାଗା
ଆଜି ପଚାରେ ତୁମକୁ
ଧରମାର ଦୋଷ ବିବରଣୀ।
ବାରଶହ ବଢେଇଙ୍କ ପାଇଁ
ନିର୍ଦ୍ଦୋଷ ବାଳକର ଆତ୍ମାହୁତି
ପଚାରେ ତୁମକୁ,
ତୁମ ପାପରେ ଦାୟ ନା ପୂଣ୍ୟରେ ଦାୟ।
ତୁମ ଧର୍ମରେ ଦାୟ ନା କର୍ମରେ ଦାୟ।
ଯୁଦ୍ଧରେ ଦାୟ ନା ଶାନ୍ତିରେ ଦାୟ।
ସେଦିନ ଭାରି ସହଜ ଥିଲା ତା'ପାଇଁ
ତୁମ ପ୍ରଶ୍ନର ଉତ୍ତର ଦେବା
ବାରଶ ବଢେଇରେ ଦାୟ ନା ପୁଅରେ ଦାୟ ।
ହେଲେ ସେହି ଭଗ୍ନ କୋଣାର୍କର
ଦରଭଙ୍ଗା ଦଧିନଉତିରେ ବସି
କାଳଜୟୀ ଧର୍ମପଦ ପଚାରେ ତୁମକୁ
ସ୍ୱାର୍ଥରେ ଦାୟ ନା ତ୍ୟାଗରେ ଦାୟ ।
•••••
