STORYMIRROR

Soumyajit Panda

Inspirational

4  

Soumyajit Panda

Inspirational

ମଶାଣି

ମଶାଣି

1 min
29.9K


ମଶାଣି

ସୌମ୍ୟଜିତ୍ ପଣ୍ଡା


ପଚାରିବା ଆଗରୁ ମିଳେଇଯାଉଥିବା
ସବୁ ପ୍ରଶ୍ନର ଉତ୍ତରମାଳା ଭିତରେ
ହଜିଯାଇଥିବା ଅରୁନ୍ଧତୀ ତାରା ଦେହେ
ସୁନେଲି ରଙ୍ଗର ଛାଇ
ସ୍ପଷ୍ଟ କରେ କେହି ନା କେହି ଚଢିବ
ଛ'ଖଣ୍ଡି କାଠର ପାଲିଙ୍କି ଆଜିକାଲି ଭିତରେ !
କାହା ରୋଷେଇରୁ ନିଆଁ ଯିବ କେଜାଣି,
କାହାର ଖଇକଉଡ଼ିରୁ କଉଡ଼ି ବାଛିନେଇ
ଯମକୁ ମାଗୁଥିବ ପୁରୁଷେ ଆୟୁଷ !
କାହାର ଚିତା ପାଇଁ ପୁଣିଥରେ
ବଳି ପଡ଼ିଯିବ ଗାଁ ଆମ୍ବତୋଟାର
ନହୁଲି ବୟସୀ ଆମ୍ବଗଛ !
କାହାର କେଜାଣି ଏଥର ଆୟୁଷ ସରୁଛି
କଟିବାକୁ ଅଛି ନାଁ, ଗାଁ, ଠିକଣା ଚିତ୍ରଗୁପ୍ତ ପାଞ୍ଜିରୁ !
ମୋ ଗାଁରୁ ଆଜି ଚିଠି ଆସିଛି,
ମୁଁ ଆସିବାର କେଇଟା ଦିନରେ
ନଈପଠା ବାଲିଘାଟ ପାଲଟିଛି
ଆଉ ପାଣି ଦେହେ ଖାଲି ଅଙ୍ଗାର ଭାସୁଛି ।
ଭାଗବତ ଟୁଙ୍ଗିରେ ଉଇଖିଆ ପୋଥି
ଆଉ ମାଟିର ବଇଠାରୁ ଶେଷ
କେଇବୁନ୍ଦା ତେଲ ସରିବା ଆଗରୁ
କେହି ଜଣେ ବାହାରିଛି ଶେଷଯାତ୍ରାରେ
ସାଥୀ ହେବା ପାଇଁ ନେପଥ୍ୟରେ
ସେଠି ଗୋବିନ୍ଦର ନାମ ନାହିଁ
ଅଛି ଖାଲି ରାମନାମ ସତ୍ୟର ଶପଥ
ସେଥିପାଇଁ କହୁଛି ଆସ ଦେଖିଯିବ
ମଶାଣି ଆଜି କାହାକୁ ବିଦାୟ ଦେଉଛି !!


•••••


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational