STORYMIRROR

Prasanta kumar Hota

Inspirational

4  

Prasanta kumar Hota

Inspirational

ନେତାଜୀ ସୁଭାଷ

ନେତାଜୀ ସୁଭାଷ

2 mins
367

ବିଦ୍ୟା ବୁଦ୍ଧି ଜ୍ଞାନ କେଉଁଥିରେ ତାଙ୍କ 

ନଥିଲା ଟିକିଏ ଉଣା

ଉଚ୍ଚ ପଦ ପାଇ ହେଲେନି ଆଶାୟୀ

ହେଲେ ନାହିଁ ବାଟ ବଣା ।।


ତୁଛ ମାନ କଲେ ରାଜପଦ ସବୁ

ଉଚ୍ଚ କଲେ ଯୁଦ୍ଧ ମାର୍ଗ

ସ୍ଵାଧୀନତା ପାଇଁ ଲଢିବାକୁ ହେବ

ହିଂସା ସ୍ଵାଧିକାର ସର୍ଗ ।।


ଦେଖାଇଲେ ଦମ୍ଭ ଭାଙ୍ଗିଦେଲେ ଖମ୍ବ

ବ୍ରିଟିଶ ସୈନ୍ୟର ଛାତି

ବିଦେଶ ମାଟିରୁ ଆଜାଦ ଫୋଉଜ

ଉଠିଲା ଉନ୍ମାଦେ ମାତି ।।


ଡାକିଲେ ଡାକରା ମାଗିଲେ ରକତ

ଦିଅ ମୋତେ ଦିଅ ତୁମେ

ସ୍ଵାଧୀନତା ଆଣି ଦେବି ମୁଁ ତୁମକୁ 

ଦେଖାଇବି ପରିଣାମେ।।


ଭମ୍ ଭମ୍ ହୋଇ ଭାଷିଲେ ସୁବାଷ

ବହ୍ନି ସମ ତାର ତ୍ରାସ

ଜଗତ ଜାଣିଲା ନେତାଜୀ ନାମରେ 

ଦେଖିଲା ଦର୍ପର ରୋଷ ।।


ବଳ କରି ବୁଦ୍ଧି ବଢାଇଲେ ସନ୍ଧି

ଜାପାନ ଜର୍ମାନୀ ସହ

ମୁକ୍ତ କରି ବନ୍ଦି କଲେ ଅଗ୍ରଗାମୀ 

ବଢାଇଲେ ଶତୃ ଭୟ।।


ରେଙ୍ଗୁନ ଭୂମିରୁ ବଢିଲେ ଆଗକୁ 

ଲାଲ ବାହିନୀକୁ ନେଇ

କର ଅବା ମର କରିଥିଲେ ପଣ

ଏ ଦେଶ ସ୍ଵାଧୀନ ପାଇଁ।।


ଜାଣି ପାରିଲାନି ତାଙ୍କ ମୃତ୍ୟୁ ଦେଶ

ଚିର ନିଦ୍ରା ଗଲେ ଶୋଇ

ବିରତ୍ୱ ତାଙ୍କର ସ୍ମରଣ ମୁଁ କରେ

ବୀରତ୍ବ କାହାଣୀ କହି ।।


ଯୋଗଜନ୍ମା ତୁମେ ଯୁଗ ପୁରୁଷ ହେ

ଦେଶ ପାଇଁ ଦେଲ ବଳି

ଜାଗୃତ କରିବୁ ତୁମ ଦେଶଭକ୍ତି

ଦେବା ପାଇଁ ଶ୍ରଦ୍ଧାଞ୍ଜଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational