ଶ୍ରୀଗୁଣ୍ଡିଚା ଯାତ ଜଗତେ ବିସ୍ମିତ
ଶ୍ରୀଗୁଣ୍ଡିଚା ଯାତ ଜଗତେ ବିସ୍ମିତ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଶ୍ରୀ ଗୁଣ୍ଡିଚା ଯାତ ଜଗତେ ବିସ୍ମିତ
ଜଗତରେ ଏକ ଏହି
ତାପରି ଜଗତେ ନାହିଁ
ସାରା ଜଗତର ଜଗା ଠାକୁର ସେ
ଜଗତକୁ ନିଏ ମୋହି ।
ଜନମ ବେଦୀକୁ ଯାତରା କରନ୍ତି
ଯାଉଥାନ୍ତି ବିଜେ ହୋଇ
ସେ ଏକା ଠାକୁର ଏହି ଜଗତର
ପତିତ ଉଦ୍ଧାର ପାଇଁ ।
ଜଗତ ଦେଖିବ ତା ଚକା ଆଖିକୁ
ଭକତେ ଅଛନ୍ତି ଚାହିଁ
ଗେଲର ବସର ହୋଇ
ଆସିବ କାଳିଆ ଟାହିଆ ହଲାଇ
ପହୁଣ୍ଡିରେ ବିଜେ ହୋଇ
ରଥେ ହୋଇ ବିଜେ ଦରଶନ ଦେବେ
ନବ ଯୋଉବନ ନେଇ
ସଙ୍ଗେ ଥିବେ ଭାଇ ଭଉଣୀ ତାଙ୍କର
ଯେଝା ରଥେ ଯିଏ ରହି
ଶ୍ରୀ ଗୁଣ୍ଡିଚା ଯାତ ଜଗତେ ବିସ୍ମିତ
ଜଗତରେ ଏକ ଏହି
ଜଗତକୁ ନିଏ ମୋହି ।
ଆତୁର ଭକତ ଚାହିଁ ରହିଥିବେ
ଦେଖୁଥିବେ ଚାହିଁ ଚାହିଁ
କେତେ ଆଶା ମନେ ନେଇ
ରଥରେ ବାମନ ରୂପକୁ ଦେଖିବେ
ବଡଦାଣ୍ଡେ ଠିଆ ହୋଇ।
ଦଉଡି ଧରିବେ ଜଗାକୁ ଦେଖିବେ
ଚକା ଆଖି ଚାହିଁ ଚାହିଁ।
କିଏ ଭାବୁଥିବ ହାତ
ରେ ଧରିବ
କିଏ ଦେବ ଟିକେ ଛୁଇଁ।
ଶ୍ରୀଗୁଣ୍ଡିଚା ଯାତ ଜଗତେ ବିସ୍ମିତ
ଜଗତରେ ଏକ ଏହି
ଜଗତକୁ ନିଏ ମୋହି ।
ଯାଆନ୍ତିନି ବୋଲି ଲକ୍ଷ୍ମୀ ଠାକୁରିଣୀ
ସାଗର ଦୁଲାଳୀ ହୋଇ
ଅଭିମାନେ ରୋଷ ରହି
ହେରା ପଞ୍ଚମୀରେ ରାଗ ପଞ୍ଚମକୁ
ଦେଖାନ୍ତି ରଥରେ ଯାଇ।
ଦକ୍ଷିଣକୁ ମୋଡ ଦ୍ୟନ୍ତି ଅଷ୍ଟମୀରେ
ବାହୁଡା ସୂଚନା ଦେଇ
ବାହୁଡା ସରିଲେ ଯିବେ ସେ ବାହୁଡି
ରଥେ ପୋଡପିଠା ଖାଇ
ଶ୍ରୀଗୁଣ୍ଡିଚା ଯାତ ଜଗତେ ବିସ୍ମିତ
ଜଗତରେ ଏକ ଏହି
ଜଗତକୁ ନିଏ ମୋହି।
ଆତୁର ଭକତ ଆର୍ତ୍ତେ ଅଣାୟତ୍ତ
ସୁନାବେଶ ତାର ଚାହିଁ
ଆକୁଳେ ଆକୁଳ ହୋଇ
ଅଧର ପଣାରେ ମୋହ ରହିଥାଏ
ଯାମିନୀ ଯୋଗିନୀ ପାଇଁ।
କମଳାଙ୍କୁ ତୋଷ କରି ଜଗଦୀଶ
ନୀଳାଦ୍ରି କୁ ଯିବେ ରହି
ରହିଯିବ ରଥ ରଖି ଅବଶୋଷ
ପୁଣି ନେବ କେବେ ବୋହି
ଶ୍ରୀଗୁଣ୍ଡିଚା ଯାତ ଜଗତେ ବିସ୍ମିତ
ଜଗତରେ ଏକ ଏହି
ଜଗତକୁ ନିଏ ମୋହି ।।