ମୋ ଭାଷା ଓଡ଼ିଆ
ମୋ ଭାଷା ଓଡ଼ିଆ
ଇଂରାଜୀ କହି ମୁଁ ଓଡ଼ିଆ ଭୁଲିଲି
ଓଡ଼ିଆ କୁ ଲଜ୍ଜା ଦିଏ।
ଓଡ଼ିଶାର ବୋଲି ଓଡ଼ିଆ କି ମୁହିଁ
ଓଡ଼ିଆ ବୋଲି ମୁଁ କହେ।
ଓଡ଼ିଆ ତ ଆମ ମାତୃଭାଷା ଭାଇ
ଓଡ଼ିଶାର ଗର୍ବ ବହେ।।
ଭାଷା ର ମମତା ହରାଇଲେ ସତ୍ତା
ଜାତିର ବିଲୋପ ହୁଏ
ପ୍ରବାସେ ରହିଲେ ପ୍ରବାସୀ ହୋଇଲେ
ପ୍ରବାସ କି ଭାଷା ନିଏ।
ଓଡ଼ିଆ ତ ଆମ ମାତୃଭାଷା ଭାଇ
ଓଡ଼ିଶାର ଗର୍ବ ବହେ।
ଆଣିବାକୁ ହେବ ମାତୃଭାଷା ମୋହ
କୋହ ଜର୍ଜରିତ ଲୁହେ
ନିଜ ମାଆ କୋଳେ ମାଆକୁ ଭୁଲିଲେ
ଅନ୍ୟାୟ କି କହ ନୁହେଁ।
ଓଡ଼ିଆ ତ ଆମ ମାତୃଭାଷା ଭାଇ
ଓଡ଼ିଶାର ଗର୍ବ ବହେ।
ମାତୃଭାଷା ପ୍ରୀତି କାହାର ଅରୁଚି
କେଉଁ ମୂଖ କାର କୁହେ
ମାତୃଭାଷା ପ୍ରୀତି ହୃଦୟେ ଜଗାଏ
ହୃଦୟର ଭାଷା ବହେ।
ଓଡ଼ିଆ ତ ଆମ ମାତୃଭାଷା ଭାଇ
ଓଡ଼ିଶାର ଗର୍ବ ବହେ।
ଓଡ଼ିଆ କହିଲେ ଛୋଟ କି ହୋଇବା
ଏତେ ଡର କାହିଁ ରହେ
ପର ଭାଷା ଆଣି ପରକୁ ପୋଷିଲେ
ପର କି ଆପଣା ହୁଏ।
ଓଡ଼ିଆ ତ ଆମ ମାତୃଭାଷା ଭାଇ
ଓଡ଼ିଶାର ଗର୍ବ ବହେ।
ପର ଭାଷା ତୋଡେ ବଡ଼ିମା କି ବଢେ
ଓଡ଼ିଆ କହିଲେ ନୁହେଁ
ଓଡ଼ିଆ କହିଲେ ଓଡ଼ିଶାର ଗର୍ବ
ଭାଷା ତା ମର୍ଯାଦା ପାଏ।
ଓଡ଼ିଆ ତ ଆମ ମାତୃଭାଷା ଭାଇ
ଓଡ଼ିଶାର ଗର୍ବ ବହେ।।