Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Fantasy Inspirational

4.0  

Sadananda Sahoo

Fantasy Inspirational

ଜୀବନ

ଜୀବନ

1 min
387



ଜୀବନର ଅର୍ଥ କହିବା ସାପେକ୍ଷ

    ସୁଦୂର ପ୍ରସାରି ବାର୍ତ୍ତା

କେତେ ଝଡଝଞ୍ଜା ଏ'ଜୀବନେ ଖଞ୍ଜା

     ଜାଣନ୍ତି ଜୀବନ କର୍ତ୍ତା ।


ଦୁଃଖେ ସୁଖେ ପୂର୍ଣ୍ଣ ଏ'ଜୀବନ ଧନ

     ପ୍ରତିପାଦେ ଘଟେ ଆନ;

କଳ୍ପନା ବିହୀନ ଜୀବନ ଦହନ

     ସମାହାର ସମ୍ମୋହନ ।


 ତର୍କ ବିତର୍କର କ୍ଷଣିକ ଜୀବନ

    ଆଶା ବିଶ୍ଵାସରେ ବନ୍ଧା

କେତେ ବାଧାବିଘ୍ନ ଆସେ ସବୁଦିନ

     ଉପୁଜେ ଗୋଲକ ଧନ୍ଧା ।


ସମାଜିକ ବୋଧ.ଜୀବନ ସମ୍ବନ୍ଧ

    ସରଳ ଜଟିଳ ଅଙ୍କ

ବୁଝା ପଡେ ନାଇଁ ବିଶ୍ଳେଷଣ ଭାଇ

    ରେଖା ଖଣ୍ଡେ ବକ୍ର ବାଙ୍କ ।


 ସମସ୍ୟା ବହୁଳ ଜୀବନ ଦୁର୍ବଳ

     ପ୍ରତିରୋଧେ ପ୍ରତିକାର. 

 ଭାରାକ୍ରାନ୍ତ.ମନ ବ୍ୟାକୁଳିତ ପ୍ରାଣ

     ଖୋଜେ ଖାଲି ଉପଚାର ।


ସଂଘର୍ଷର ସାଥୀ ଜୀବନ ସାରଥୀ

     ନିତି ଖୋଜେ ସୁଖ ନିଦ. 

 ସପନ ନିଦରେ ହଜି ଯାଏ ବାରେ

    ଥାଉପଛେ ଯେତେ ଖେଦ ।


 ଭାବନା ସରାଗି ଜୀବନ ବୈରାଗୀ

     ସୁଖେଦୁଃଖେ ମ୍ରିୟମାଣ.

ସଞ୍ଚାରିତ ଆଶା କହେ ବହୁକଥା

     କିଞ୍ଚିତ ଏ 'ସମ୍ଭାଷଣ ।


କବିକି ଲେଖକ ବର୍ଣ୍ଣିବାଟା କଷ୍ଟ

     ଜୀବନର ଉପାଦାନ

ବ୍ୟାପକ ଏଅର୍ଥ ଜୀବନ ସନ୍ଦେଶ

     ତତ୍ତ୍ଵ ବିତ୍ତ ସୀମାହୀନ ।।



Rate this content
Log in

Similar oriya poem from Fantasy