STORYMIRROR

Gangotri Priyadarshini

Abstract Classics Fantasy

4  

Gangotri Priyadarshini

Abstract Classics Fantasy

ସମୁଦ୍ର

ସମୁଦ୍ର

1 min
208


ହେ ସମୁଦ୍ର ତୁମ ଉତ୍ତାଳ ତରଙ୍ଗ

ମନଲୋଭା ବେଳା ଭୂମି

ବାଲୁକା ର ବିସ୍ତୀର୍ଣ୍ଣ ଶୁଷ୍କ ମରୁରାଜି !


ବକ୍ଷରେ ତୁମ ଏକ ପରେ ଆନ

ଅଗଣିତ ଧାବମାନ ଢେଉଙ୍କର

ଆଗମନ ପ୍ରତ୍ୟାବର୍ତ୍ତନର ସ୍ବପ୍ନିଳ ଜଳ ଯାତ୍ରା !


ତୃଷ୍ଣା ମେଣ୍ଟେ ନାହିଁ,

ଲବଣାକ୍ତ ସ୍ଵାଦ ସମ୍ମୋହନର ଅଧର ସ୍ପର୍ଶରେ

ଆନମନା କର ତୁମ ଗୁରୁ ଗରଜନେ !


ନିଃସନ୍ଦେହ ତୁମ ବିଶାଳ ସଂସାର

ହୃଦୟେ ଭରିଛ ଅମୃତ ଭଣ୍ଡାର

କେତେ ରକମର ପ୍ରବାଳ ପାରାବାର

ଲୁଚି ରହିଛି କି ସମୁଦ୍ର ଭିତର !


ବିଶାଳ ବାରିଧି 

ନଈ ଧାରା ଧୀର

ଅପେକ୍ଷା କରିଣ ମିଶାଏ ସତ୍ୱର !


ସମୁଦ୍ର ହେ ତୁମେ ଠିକଣା,

ଶାନ୍ତ ଅଶାନ୍ତ ଦାରୁଣ ମହା ପ୍ରଳୟର

ଝଡ ପରେ ତୁମ ନିରବତା ସତେ କି ସୁନ୍ଦର !!







Rate this content
Log in

Similar oriya poem from Abstract