ଗୋଲାପ
ଗୋଲାପ
ଆଗୋ ସୁନ୍ଦରୀ ପ୍ରେମ ମନୋହରୀ
ଉଦ୍ୟାନ ମଉଡ଼଼ମଣୀ
ଅତୁଳନୀୟ ଗୋ ତୁୁମ ରୂପକାନ୍ତି
ଲାବଣ୍ୟା ଗୋଲାପ ରାଣୀ।
ତୁୁୁମରି ପରଶ ଯିଏ ସେ ଲଭିଛି
କଣ୍ଟାକୁ ଆପଣା କରି
ହାତରୁୁ ରୁୁଧିର ଝରଝର ବହେ
ସତେ କି ପିିରତି ବାରି।
ଆନନ୍ଦରେ ତୁୁମେ ନିରାନନ୍ଦେ ତୁମେ
ତୁୁୁମେ ଲୋଡା ସବୁଠାରେ
କି ଉପମା ଦେବ କବିର କଲମ
ବସି ଭାବେ ଏକାନ୍ତରେ।

