STORYMIRROR

Er Subhransu Kumar Behera

Romance Fantasy

4  

Er Subhransu Kumar Behera

Romance Fantasy

କିଏ ବା ଜାଣିଛି

କିଏ ବା ଜାଣିଛି

1 min
214

କିଏ ବା ଜାଣିଥିଲା,

ଏମିତି ଗୋଟେ ମୁହୁର୍ତ୍ତରେ ଦେଖା ହୋଇଯିବ,

କିଏ ବା ଜାଣିଥିଲା ।

ଏ ଆଖି ତା ଆଖିକୁ ତ ଏଇମିତି

କିଛି ମୁହୁର୍ତ୍ତ ଚାହିଁ ରହିଥିଲା,

ଖାଲି ମୋ ଆଖି ନୁହଁ ... ତା ଆଖି ବି

କିଛି ମୁହୁର୍ତ୍ତ ଚାହିଁ ରହିଥିଲା

କିଏ ବା ଜାଣିଥିଲା ...


କିଏ ବା ଜାଣିଥିଲା,

ବର୍ଷା ପରେ ଇନ୍ଦ୍ରଧନୁ ପରି ହୋଇ ଯିବ,

କିଏ ବା ଜାଣିଥିଲା ।

କିଛି କ୍ଷଣ ଏତେ ଭରି ମାଦକତା,

ପୁଣି ଉଭାନ କାହିଁ ହୋଇଗଲା,

ମୁଁ ତ ଚାତକଟେ ଅନାଇ ବସିଛି

ସେ ଦିନ କଣ ଶେଷ ଶ୍ରାବଣ ଥିଲା

କିଏ ବା ଜାଣିଥିଲା ...


କିଏ ବା ଜାଣିଥିଲା,

ଏତିକିରେ ଏତେ ସ୍ଵପ୍ନ ଆସିଯିବ,

କିଏ ବା ଜାଣିଥିଲା ।

ତା ବିନା ସ୍ଵପ୍ନରେ ମୋ ନିଦ ମୁଁ ଭାଙ୍ଗେ,

ସତରେ ନ ହେଉ ସ୍ଵପ୍ନରେ ତ ଆସୁଥିଲା,

ଖିଆଲି ସ୍ଵପ୍ନରେ ସ୍ଵାମୀ, ସ୍ତ୍ରୀ, ସଂସାର ଆମ

ଭାରି ଭଲ ଚାଲୁଥିଲା,

କିଏ ବା ଜାଣିଥିଲା ...


କିଏ ବା ଜାଣିଥିଲା,

ପୁଲକିତ ହୋଇଯିବି କରି ଟିକେ ଅନୁଭବ,

କିଏ ବା ଜାଣିଥିଲା ।

କେମିତି କେଜାଣି ପ୍ରେମର ମହାର୍ଘକୁ,

ଏ ମନ ଟିକେ ଟିକେ ବୁଝି ପାରୁଥିଲା,

ସେ ଜାଣି ସୁଦ୍ଧା ଅଜଣା ଥିଲା,

କି ଜାଣି ପାରୁ ନଥିଲା,

କିଏ ବା ଜାଣିଥିଲା....


କିଏ ବା ଜାଣିଥିଲା,

ଏମିତିବି ଜୀବନରେ କିଏ ମସଗୁଲ ହେବ,

କିଏ ବା ଜାଣିଥିଲା ।

ଜୀବନର ଲକ୍ଷ୍ୟ ଅଭିଳାଷା ଜାଣିବାକୁ,

ନିମିଷକେ ପ୍ରତ୍ୟାଖ୍ୟାନ କଲା ,

ଜାଣିଲାନି ଜୀବନକୁ...ବୁଝିଲାନି ସ୍ଵପ୍ନକୁ...

ମୁଁ ତାକୁ ହରାଇଲି...ଅବା ସେ ମୋତେ ହରାଇଲା,

କିଏ ବା ଜାଣିଥିଲା ।

                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance