STORYMIRROR

ବି. ନିରୁପମା

Abstract Classics Fantasy

4  

ବି. ନିରୁପମା

Abstract Classics Fantasy

ନଈ ତୁ କହ...

ନଈ ତୁ କହ...

1 min
266


ନଈରେ ନଈ ତୁ ତରତର ହୋଇ

କେଣେ ଯାଉଅଛୁ ବହି,

ତୋ ସ୍ୱାଗତ ଲାଗି ନିଶ୍ଚେ କେହି ଜଣେ

ପ୍ରତୀକ୍ଷାରେ ଅଛି ରହି ।


କଳକଳ ନାଦେ ଗାଉଛୁ ସଙ୍ଗୀତ

ଢେଉ ତୋଳି ଯାଉ ନାଚି,

କେବେ କ୍ଷୀଣଧାର, କେବେ ତୁ ପ୍ରଖର

କହ କିଛି କଥା ଯାଚି ।


କେତେ ଜୀବଜନ୍ତୁ ତୃଷା ନିବାରଣ

କରନ୍ତି ତୋ ଜଳ ପିଇ,

ସବୁଜ ସୁନ୍ଦର ଦିଶେ ବୃକ୍ଷଲତା 

ଶସ୍ୟ ଫଳେ ପାଣି ପାଇ ।


ଘୋର ବର୍ଷା ହେଲେ ଛାତି ଫୁଲିଯାଏ

ଅଣନିଃଶ୍ଵାସୀ ତୁ ହୋଇ,

ମାଡ଼ି ଯାଉ ପରା ପ୍ରଖର ସ୍ରୋତରେ

ନଈବଢ଼ି ନାମ ବହି ।


କେତେ ଲୋକଙ୍କର ଘର ଡୁବିଯାଏ

କା' ଫସଲ ହୁଏ ହାନି,

ସେଥିପାଇଁ ଆଲୋ, ଲୁହ ବି ନିଗାଡୁ 

ଜାଣିଛି ତୁ ତୁନିତୁନି ।


ପଟୁ ମାଟି ପଡ଼ି କା' ଜମି ଉର୍ବର

କରୁ ତୁହି ଢାଳି ପାଣି,

ନଦୀବନ୍ଧେ ରହି ତୋ ଜଳ ଅଶେଷ 

କଲ୍ୟାଣରେ ଲାଗେ ପୁଣି ।


ତଥାପି ତୁ ଆଗେ ବଢି ବଢ଼ି ଯାଉ

ତୋ ପ୍ରିୟକୁ ଭେଟିବାକୁ,

ପଥଶ୍ରାନ୍ତ ଭୁଲି ସାଗର ଗରଭେ

ଆନନ୍ଦରେ ଲୋଟିବାକୁ ।



Rate this content
Log in

Similar oriya poem from Abstract