STORYMIRROR

SACHALA GURU

Abstract Fantasy Inspirational

4  

SACHALA GURU

Abstract Fantasy Inspirational

ଆଶା

ଆଶା

1 min
237


ମନୁଷ୍ୟର ଆଶା ମୃଗ ତୃଷ୍ଣା ପରି

ଆଶାର ଆଲୋକ ପ୍ରତିମୁହୂର୍ତ୍ତରେ

ଘନେଇ ଆସେ ତାର

ଶାଖା ପ୍ରଶାଖା ଧରି

ଆଶାର ଶେଷ ନାହିଁ

ସେ ଅସୀମ, ସେ ସୀମାହୀନ

ଶୁଦ୍ଧ ପଵିତ୍ର ଆଶାର ଆଲୋକ

ନଭଶ୍ଚମ୍ବୀ ହିମାଳୟ ସଦୃଶ

ଦେବ ଦୁର୍ଲଭ ପ୍ରାଣର ଜାଗ୍ରତ

କଳୁଷିତ ଆଶା କରେ

ନିମ୍ନ ପାତାଳଗାମୀ

ସେ ଦୁରାଚାର ସେ ପାପାଚାର!

ସଦଚାର ଭାବପନ୍ନ

ଜ୍ଞାନର ପରିସୀମାକୁ ଅତିକ୍ରମକରି

ପ୍ରଶାନ୍ତ ମହାସାଗର ପରି

ହୃଦୟର ବିଶାଳତା

ଚିର ଶାନ୍ତମୟ

ଆଶାର ଶେଷ ନାହିଁ

ଉତ୍ତମ ଆଶାର ଆଲୋକ

ସତ୍ୟ ଶିବ ସୁନ୍ଦର

କରେ ମଙ୍ଗଳମୟ

ଦୁର୍ଲଭ ମାନବ ଜୀବନ

ଆଚାରଣସିଦ୍ଧ ହୋଇ

ହେବ ସେ ସାର୍ଥକ ll



Rate this content
Log in

Similar oriya poem from Abstract