STORYMIRROR

SACHALA GURU

Abstract Fantasy Inspirational

4  

SACHALA GURU

Abstract Fantasy Inspirational

ଆଶା

ଆଶା

1 min
243


ମନୁଷ୍ୟର ଆଶା ମୃଗ ତୃଷ୍ଣା ପରି

ଆଶାର ଆଲୋକ ପ୍ରତିମୁହୂର୍ତ୍ତରେ

ଘନେଇ ଆସେ ତାର

ଶାଖା ପ୍ରଶାଖା ଧରି

ଆଶାର ଶେଷ ନାହିଁ

ସେ ଅସୀମ, ସେ ସୀମାହୀନ

ଶୁଦ୍ଧ ପଵିତ୍ର ଆଶାର ଆଲୋକ

ନଭଶ୍ଚମ୍ବୀ ହିମାଳୟ ସଦୃଶ

ଦେବ ଦୁର୍ଲଭ ପ୍ରାଣର ଜାଗ୍ରତ

କଳୁଷିତ ଆଶା କରେ

ନିମ୍ନ ପାତାଳଗାମୀ

ସେ ଦୁରାଚାର ସେ ପାପାଚାର!

ସଦଚାର ଭାବପନ୍ନ

ଜ୍ଞାନର ପରିସୀମାକୁ ଅତିକ୍ରମକରି

ପ୍ରଶାନ୍ତ ମହାସାଗର ପରି

ହୃଦୟର ବିଶାଳତା

ଚିର ଶାନ୍ତମୟ

ଆଶାର ଶେଷ ନାହିଁ

ଉତ୍ତମ ଆଶାର ଆଲୋକ

ସତ୍ୟ ଶିବ ସୁନ୍ଦର

କରେ ମଙ୍ଗଳମୟ

ଦୁର୍ଲଭ ମାନବ ଜୀବନ

ଆଚାରଣସିଦ୍ଧ ହୋଇ

ହେବ ସେ ସାର୍ଥକ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Abstract