ପଞ୍ଜୁରୀ
ପଞ୍ଜୁରୀ
କିଛି ପ୍ରାପ୍ତି ର ଆଶା ଆଉ ନାହିଁ,
ସ୍ୱପ୍ନ ଶୂନ୍ୟ ଜୀବନ....
ହୃତ ମୋର ଚଞ୍ଚଳତା,
ହୃତ ମୋର ଲାବଣ୍ୟ।
ଥିଲି ଚେଷ୍ଟିତ ସଦା ପାଇବାକୁ,
ଆନନ୍ଦ ଓ ପରିପୂର୍ଣ୍ଣ ସଂସାର....
ତଥାପି ତିରସ୍କୃତ,ବୃଥା ସଂଘର୍ଷ ମୋର।
ପ୍ରତ୍ୟାଶା ନାହିଁ ,
ଖୁସିର ପ୍ରତୀକ୍ଷା ବି ନାହିଁ.....
ସୁନାର ପଞ୍ଜୁରୀରେ ଉଡିବାର,
ମିଳିଛି ପୂର୍ଣ୍ଣ ସ୍ୱତନ୍ତ୍ରତା,
ହେଲେ ସୀମା ଧାର୍ଯ୍ୟ ବି ନିଶ୍ଚିତ....
ସମ୍ଭାବନା ନାହିଁ......
କଠୋର ହୃଦୟ ତରଳିବାର ,
ସ୍ପୃହା ମଧ୍ୟ ନାହିଁ,
ଏ ଯନ୍ତାରେ ଆଉ ଉଡିବାର।
କରନି ଉପେକ୍ଷା ସେ ଅନ୍ତରର ଧ୍ୱନିର,
ସର୍ବଦା ସେ ମୋ ସାହାଯ୍ୟ ପାଇଁ ତତ୍ପର।
ଚାହେଁ ମୁକ୍ତ ଗଗନ,
ସାଉଁଟି ଆଣନ୍ତି ତାରକା ସବୁ,
ମିଳନ୍ତା କି ଅପାର ସାହସ,
ମୋ ଆନନ୍ଦ.....
ଲୁକ୍କାୟିତ ମୋ'ରି ଭିତରେ ,
ବୃଥା ଖୋଜୁଥିଲି ମୁଁ ଅନ୍ୟଠାରେ।
