STORYMIRROR

Dr Susmita Dash

Romance

3  

Dr Susmita Dash

Romance

ରଙ୍ଗଛିଟା

ରଙ୍ଗଛିଟା

1 min
14.3K


କେତେ ମନୋଦଶା କେତେ ଆବେଗ,

ଯେପରି ଥାଏ ପ୍ରତିଛବିରେ..

ଚିତ୍ରୋପମ ବୀଥିରେ ଓ ମୋ ମନରେ।

ସେ ସବୁ ସ୍ରୋତରେ ହଜାଇ, 

ତୁମରି ରଙ୍ଗରେ ଆତ୍ମାକୁ ବୁଡାଇ 

ରଙ୍ଗୀନ୍ ହୋଇଗଲି ଚିରକାଳ ପାଇଁ।

ସେ ରଙ୍ଗଛିଟା ମୋ ଜୀବନରେ

ଲାଖି ରହିଥିବ,

ହୋଲି ଆସୁଥିବ ପ୍ରତିବର୍ଷ

ଯେତେ ଧୋଇଲେ ବି

ପାରିବନି କରି କିନ୍ତୁ ବିରଞ୍ଜନ,

କାରଣ...

ସର୍ବୋତ୍କୃଷ୍ଟ କଳାର 

ହୁଏନାହିଁ ବାରମ୍ବାର ଚିତ୍ରଣ।


Rate this content
Log in

Similar oriya poem from Romance